୩ ମଦୁଆ ଡ୍ରାଇଭର ଗିରଫ

୩ ମଦୁଆ ଡ୍ରାଇଭର ଗିରଫ

disha Police

ଝାରସୁଗୁଡ଼ା : ବଡ଼ମାଲ ପୁଲିସ ପକ୍ଷରୁ ଗୁରୁବାର ବଡ଼ମାଲ ଛକରେ ଯାନବାହନ ଯାଞ୍ଚ ବେଳେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ୩ ଜଣ ଡ୍ରାଇଭର ଧରାପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ପିକଅପ, ଜଣେ ଟ୍ରାକ୍ଟର ଓ ଜଣେ ଟ୍ରକ୍‌ ଡ୍ରାଇଭର ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

ମଦ୍ୟପାନ କରି ଗାଡ଼ି ଚାଳାଉଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ପୁଲିସ, ପରିବହନ ବିଭାଗର ଯୁଗ୍ମ ଯାଞ୍ଚ ପ୍ରକ୍ରିୟା ଝାରସୁଗୁଡ଼ାର ବିଭିନ୍ନ ଥାନା ଅଞ୍ଚଳରେ ଜାରି ରହିଛି। ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଚଲାନ ମଧ୍ୟ କଟା ଯାଉଛି। ହେଲମେଟ ପିନ୍ଧି ନଥିବା ବାଇକ ଚାଳକମାନେ ମଧ୍ୟ ଏହି ଯାଞ୍ଚ ବ‌େଳେ ପୁଲିସ ହାବୁଡ଼ରେ ପଡ଼ୁଥିବା ଓ ଜରିମାନା ଗଣୁଥିବା ଦେଖିବାକୁ ମିଳୁଛି।

ଧରାପଡ଼ିଥିବା ମଦ୍ୟପ ଡ୍ରାଇଭରଙ୍କୁ ଡାକ୍ତରି ମାଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି। ଏହା ବ୍ୟତୀତ ସେମାନଙ୍କ ଲାଇସେନ୍ସ ମଧ୍ୟ ବାତିଲ କରାଯିବାକୁ ପରିବହନ ବିଭାଗକୁ ଲେଖାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe