ବିଧାନସଭା ସମ୍ମୁଖରେ ୩ ଜଣ ଚାଷୀଙ୍କ ଆତ୍ମାହୂତି ଉଦ୍ୟମ

ଭୁବନେଶ୍ୱର: ବିଧାନସଭା ସମ୍ମୁଖରେ ୩ ଜଣ ଚାଷୀ ଆତ୍ମାହୂତି ଉଦ୍ୟମ କରିଛନ୍ତି | ବିଧାନସଭା ଗେଟ ନିକଟରେ ଚାଷୀମାନେ ଆତ୍ମାହୂତି ଉଦ୍ୟମ କରିଥିବା ବେଳେ ଏହି ଚାଷୀମାନଙ୍କ ଘର କଟକ ଜିଲ୍ଲାର ଆଠଗଡ ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି | ଆଠଗଡର ତିନି ଜଣ ଚାଷୀ କିରୋସିନି ଢାଳି ଆତ୍ମାହୂତି ଉଦ୍ୟମ କରିଥିବା ବେଳେ ସୁରକ୍ଷା କର୍ମଚାରୀ ସେମାନଙ୍କୁ ସଙ୍ଗେ ସଙ୍ଗେ  କାବୁ କରି ନେଇଛନ୍ତି | କୁହାଯାଉଛି ଯେ ଏହି ଚାଷୀମାନଙ୍କ ନାମରେ ଋଣ ଦିଆଯାଇଥିବା ବେଳେ ସେମାନଙ୍କ ନିକଟରେ ଋଣ ଟଙ୍କା ପହଞ୍ଚି ନ ଥିଲା | ଆଉ ସେମାନଙ୍କୁ ଦିଆଯାଇଥିବା ଟଙ୍କା ମିଥ୍ୟା ପ୍ରମାଣପତ୍ର ଦେଇ ଉଠାଇ ନିଆଯାଇଛି |

ସମ୍ବନ୍ଧିତ ଖବର