ହୀରାକୁଦ ଜଳସ୍ତର ୬୨୨ ଫୁଟ୍‌, ୩ ଗେଟ୍‌ ଖୋଲା

ସମ୍ବଲପୁର : ଶନିବାର ରାତିରେ ହୀରାକୁଦର ଆଉ ୨ଟି ଗେଟ୍‌ ଖୋଲାଯିବା ଫଳରେ ମୋଟ ଖୋଲା ଗେଟ୍‌ ସଂଖ୍ୟା ୩ରେ ପହଞ୍ଚିଛି। ପୂର୍ବରୁ ଗୋଟିଏ ଗେଟ୍‌ ଖୋଲା ଥିବା ବେଳେ ଶନିବାର ରାତି ୯ଟା ପୂର୍ବରୁ ଗୋଟିଏ ଓ ରାତି ୧୦ଟାରେ ଗୋଟିଏ ଗେଟ୍‌ ଖୋଲାଯାଇଛି। ଶନିବାର ରାତି ୯ଟା ସୁଦ୍ଧା ଜଳଭଣ୍ଡାରର ସ୍ତର ୬୨୨.୫୨ ଫୁଟ୍‌ ଥିଲା। ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ହାରାହାରି ୭୪,୬୪୭ ଘନଫୁଟ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୪୬,୧୩୩ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ସେତିକି ବେଳେ ଖୋଲା ଥିବା ଦୁଇଟି ଗେଟ୍‌ ଦେଇ ୩୧, ୭୧୮ କ୍ୟୁସେକ୍‌, ପାଓ୍ଵାର ଚାନେଲରେ ୧୧, ୧୩୧ କ୍ୟୁସେକ୍‌, ବିଭିନ୍ନ କେନାଲ୍‌ରେ ୨,୯୩୪ କ୍ୟୁସେକ୍‌ ଓ ଶିଳ୍ପ ସଂସ୍ଥା ଗୁଡ଼ିକ ପାଇଁ ୩୫୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ଶୁକ୍ରବାର ସକାଳ ୮ଟା ୩୦ରୁ ଶନିବାର ସକାଳ ୮ଟା ୩୦ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ବନ୍ଧ ଉପର ମୁଣ୍ଡରେ ୩.୪୯ ମିଲିମିଟର ଓ ତଳ ମୁଣ୍ଡରେ ୧୮.୧୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର