୩ ବଖରା ଜଳିଗଲା, ୫ ଲକ୍ଷ ଟଙ୍କାର କ୍ଷୟକ୍ଷତି

ସିଂହପୁର: ବିଂଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତ ବଡ଼ମଲ୍ଲିପୁର ଗ୍ରାମରେ ଅଗ୍ନିକାଣ୍ତ ଘଟି ଶତ୍ରୁଘ୍ନ ମଲିକ, ଘନ ମଲିକ ଓ ଲକ୍ଷ୍ମୀଧର ମଲିକଙ୍କ ତିନିବଖରା ଘର ପୋଡ଼ି ପାଉଁଶ ‌ହୋଇଯାଇଛି। ଘରେ ଥିବା ସମସ୍ତ ଆସବାବ ଓ ସୁନାରୁପା, କାଗଜପତ୍ର ପୋଡ଼ିଯାଇଛି। ଏଥିରେ ପ୍ରାୟ ୫ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି।

ଅଗ୍ନିକାଣ୍ତ ଯୋଗୁ ପରିବାର ଲୋକେ ବେସାହାରା ହୋଇ ପାଲ ଟାଣି ରହିଛନ୍ତି। ଏହି ଦୁଃଖଦ ଖବର ପାଇ ବିଂଝାରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଂଜିତା କୁମାରୀ ଦାସ ଓ ତାଙ୍କ ସ୍ବାମୀ କୈଳାସ ସେଠୀ ବିପନ୍ନଙ୍କ ନିକଟରେ ପହଞ୍ଚି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ବ୍ଲକ ଓ ତହସିଲ ପ୍ରଶାସନକୁ କହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର