ଧର୍ମଶାଳା: ଧର୍ମଶାଳା ତହସିଲ ଅନ୍ତର୍ଗତ ପାଖର ଗ୍ରାମର ବୈଦନାଥ ବାହାଲିଆଙ୍କ ୩ ବଖରା ଛଣଛପର ଘର ରବିବାର ରାତି ସାଢେ଼ ୩ଟା ବେଳେ ଜଳିଯାଇଛି। ଅଗ୍ନିକାଣ୍ତର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବିଦ୍ୟୁତ୍ ସର୍ଟସର୍କିଟ୍ରୁ ଘରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଏହି ଅଗ୍ନିକାଣ୍ତରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ରାତିରେ ପରିବାର ଲୋକ ଶୋଇ ଯାଇଥିବାରୁ ଅଗ୍ନିକାଣ୍ତ ସଂପର୍କରେ ଜଣାପଡ଼ିନଥିଲା। ଉଠିଲା ବେଳକୁ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। କୌଣସି ସାମଗ୍ରୀ ଉଦ୍ଧାର କରିବା ସମ୍ଭବ ହୋଇନଥିଲା।
ଘରେ ଥିବା ଧାନ, ଚାଉଳ, ବାସନକୁସନ, ଜାଳେଣି ଓ ବିଭିନ୍ନ ଆସବାବପତ୍ର ଜଳି ଯାଇଥିଲା। ଧର୍ମଶାଳା ଦମକଳ ବାହିନୀ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ଅଗ୍ନିବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ପାଖର ପଞ୍ଚାୟତ ସରପଞ୍ଚ ସବ୍ୟସାଚୀ ଦାସ ଓ ସମାଜସେବୀ ବିଜୟ କୁମାର ଦାସ ପ୍ରଶାସନକୁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/15-6.jpg)