ଗଡ଼ବାନ୍ଧଗୋଡ଼ାରେ ଅଗ୍ନିକାଣ୍ଡ; ୩ବଖରା ଜଳିଗଲା

ରାମଚନ୍ଦ୍ରପୁର: ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଧଗୋଡ଼ା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ପୋଡ଼ିଯିବା ସହ ଅନେକ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ଗ୍ରାମର ରାଜେନ୍ଦ୍ର ମହାକୁଡ଼ (୪୮) ଏବଂ ଅଭିମନ୍ୟୁ ମହାକୁଡ଼(୫୨)ଙ୍କ ପରିବାର ଲୋକେ ସୋମବାର ରାତିରେ ଖାଇସାରି ଶୋଇବା ପରେ ବିଳମ୍ବିତ ରାତିରେ ଚାଳଛପର ଘରେ ନିଆଁ ଲାଗିଯାଇଥିଲା।

ଖବର ପାଇ ଘସିପୁରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆଜି ସକାଳୁ ଅଳତି ଆର୍‌ଆଇ ପ୍ରଫୁଲ୍ଲ କୁମାର ସେଠୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତି ଆକଳନ କରିଛନ୍ତି। କ୍ଷତିଗ୍ରସ୍ତ ପରିବାରଙ୍କୁ ପଲିଥିନ ଯୋଗାଇ ଦିଆଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି।

ସମ୍ବନ୍ଧିତ ଖବର