ଝାଲପଡ଼ାରେ ୩ ବଖରା ଜଳିଗଲା

ବ୍ରହ୍ମବରଦା : ଯାଜପୁର ସଦରଥାନା ଅନ୍ତର୍ଗତ ଝାଲପଡ଼ା ପଞ୍ଚାୟତ ତଥା ଝାଲପଡ଼ା ଗ୍ରାମରେ ଅଗ୍ନିକାଣ୍ତ ଘଟି ୩ ବଖରା ଘର ପୋଡ଼ିଯାଇଛି। ଅଗ୍ନିକାଣ୍ଡରେ ଏହି ଗ୍ରାମର ସୁବାସ ମଲ୍ଲିକଙ୍କ ଘରେ ଥିବା ଆସବାବପତ୍ର ସହିତ ଧାନଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଆଜି ମଧ୍ୟାହ୍ନରେ ସୁବାସଙ୍କ ଘରେ ରୋଷେଇ ଚୁଲିରୁ ନିଆଁ ଲାଗିଯାଇଥିଲା।

ନିଆଁ ୩ ବଖରା ଘରକୁ ବ୍ୟାପି ଯାଇଥିଲା। ଖବରପାଇ ଚଣ୍ତିଖୋଲ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। କାକୁଡ଼ିକୁଦ ଆରଆଇ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର