ଆଇଏଏସ୍‌ଙ୍କ ମଧ୍ୟରେ ଅଦଳବଦଳ

ସ୍ବାଧା ଦେବ ବିଡିଏର ଅତିରିକ୍ତ କମିସନର

ଭୁବନେଶ୍ବର : ଆଜି ସାଧାରଣ ପ୍ରଶାସନର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୩ଜଣ ଆଇଏଏସ୍‌ ଅଧିକାରୀଙ୍କ ମଧ୍ୟରେ ଅଦଳ ବଦଳ ହୋଇଛି। ୨୦୧୪ ବ୍ୟାଚ୍‌ ଆଇଏଏସ୍‌ ସ୍ବାଧା ଦେବ୍‌ଙ୍କୁ ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷ(ବିଡିଏ)ର ଅତିରିକ୍ତ କମିସନର ଭାବେ ନିଯୁକ୍ତି ଦିଆଯାଇଛି। ବର୍ତମାନ ସେ ଜଳ ସଂପଦ ବିଭାଗରେ ଉପ ସଚିବ ଭାବେ କାର୍ଯ୍ୟରତ। ସେହିପରି ସିଏମ୍‌ଜିଆଇ ନିର୍ବାହୀ ନିର୍ଦେଶକ ୨୦୦୯ ବ୍ୟାଚ୍‌ ଆଇଏଏସ୍‌ ଭି.ଜୟ କୁମାରଙ୍କୁ ତାଙ୍କୁ ନିଜ ପଦବି ସହିତ ଜଳ ସଂପଦ ବିଭାଗର ଯୁଗ୍ମ ସଚିବ ପଦବିରେ ଅବସ୍ଥାପିତ କରାଯାଇଛି। ଅନୁସୂଚିତ ଜନଜାତି ଉନ୍ନୟନ ନିଗମ(ଟିଡିସିସିରେ ପରିଚାଳନା ନିର୍ଦେଶକ ଭାବେ କାର୍ଯ୍ୟରତ ୨୦୧୦ ବ୍ୟାଚ୍‌ ଆଇଏଏସ୍‌ ମାନସୀ ନିମ୍ଭଲଙ୍କୁ ନିଜ ପଦବିରେ ରହିବା ସହିତ ଓଡ଼ିଶା ଉଠାଜଳସେଚନ ନିଗମର ଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର