୩ ଆଇଏଏସ୍‌ଙ୍କୁ ଅତିରିକ୍ତ ଦାୟିତ୍ବ

ଭୁବନେଶ୍ବର : ଆଜି ରାଜ୍ୟ ସରକାର ୩ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି। ୨୦୦୬ ବ୍ୟାଚ୍‌ ଆଇଏଏସ୍‌ ତଥା ପର୍ଯ୍ୟଟନ ନିର୍ଦେଶକ ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ତାଙ୍କ ମୂଳ ପଦବି ସହିତ ଓଡ଼ିଶା ପର୍ଯ୍ୟଟନ ନିଗମ(ଓଟିଡିସି)ର ପରିଚାଳନା ନିର୍ଦେଶକ ଦାୟିତ୍ବ ନ୍ୟସ୍ତ କରାଯାଇଛି। ନିକଟିରେ ସୁନ୍ଦଗରଡ଼ ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ୨୦୧୦ ବ୍ୟାଚ୍‌ ଆଇଏଏସ୍‌ ରଶ୍ମିତା ପଣ୍ଡାଙ୍କୁ ରାଉରକେଲା ମହାନଗର ନିଗମର କମିସନର ଓ ରାଉରକେଲା ଉନ୍ନୟନ କର୍ତୃପକ୍ଷ(ଆରଡିଏ)ର ଉପାଧ୍ୟକ୍ଷାର ଅତିରିକ୍ତ ଦାୟିତ୍ବ ଦେଇଛନ୍ତିି ସରକାର। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ(ଏଡିଏମ୍‌) ଓ ଆରଡିଏର ନିର୍ଦେଶକ(ଅର୍ଥ) ଓ ସଚିବ ଦାୟିତ୍ବରେ ରହିଥିବା ୨୦୧୪ ବ୍ୟାଚ୍‌ର ଆଇଏଏସ୍‌୍ ଡ. ୟେଦୁଲା ବିଜୟଙ୍କୁ ରାଉରକେଲା ସ୍ମାର୍ଟସିଟିର ମୁଖ୍ୟ କାର୍ଯ୍ୟ ନିର୍ବାହୀ(ସିଇଓ) ଅତିରିକ୍ତ ଦାୟିତ୍ବ ମିଳିଛି।

କେବଳ ଆଇଏଏସ୍‌ ନୁହେଁ, ବରିଷ୍ଠ ଓଏଏସ୍‌ ଅଧିକାରୀ ସ୍ତରରେ ମଧ୍ୟ ବଦଳି କରାଯାଇଛି। ସମବାୟ ବିଭାଗର ଅତିରିକ୍ତ ଶାସନ ସଚିବ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗକୁ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ଏହା ସହିତ ସେ କାଳିଆ ସେଲ୍‌ର ଓଏସ୍‌ଡି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ସହିତ ଓଡ଼ିଆ ଭର୍ଚୁଆଲ୍‌ ଏକାଡେମିର ଓଏସ୍‌ଡି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ସଚିବ ଶୁଭେନ୍ଦ୍ର କୁମାର ନାୟକଙ୍କୁ ଗଞ୍ଜାମ ଏଡିଏମ୍‌, ସାଧାରଣ ପ୍ରଶାସନ ବିଭାଗରେ ଜମି ଅଧିକାରୀ ଦେବାଶିଷ ସିଂହଙ୍କୁ କୃଷି ବିଭାଗର ଯୁଗ୍ମ ସଚିବ, ଢେଙ୍କାନାଳ ବିଡିଓ ସରୋଜ କୁମାର ଦତ୍ତଙ୍କୁ କୃଷି ବିଭାଗର ଉପ ସଚିବ ଓ ପୁରୀରେ ଅତିରିକ୍ତ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ପ୍ରସନ୍ନ କୁମାର ଦାଶ(୨)ଙ୍କୁ ଓସିସି, ଭୁବନେଶ୍ବରର ପ୍ରଶାସନିକ ଅଧିକାରୀ ଭାବେ ବଦଳି କରାଯାଇଛି। ଏହି ୨ଟି ଅଦଳ ବଦଳ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପ୍ରକାଶ କରିଛି ବିଜ୍ଞପ୍ତି।

ସମ୍ବନ୍ଧିତ ଖବର