୩ ଆଇଏଏସ୍‌ଙ୍କ ବଦଳି : ମଧୁସୂଦନ ମିଶ୍ର ହେଲେ ଗୃହ ବିଭାଗର ଅତିରିକ୍ତ ସଚିବ 

ଭୁବନେଶ୍ବର : ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଆଜି ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ସୋନପୁରର ପୂବର୍ତନ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଗୃହ ବିଭାଗରେ ଅତିରିକ୍ତ ସଚିବ ଥିବା ପାର୍ଥ ସାରଥୀ ମିଶ୍ରଙ୍କର ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ମାଲକାନଗିରିର ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡାଙ୍କୁ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି।

ସମ୍ବନ୍ଧିତ ଖବର