ଯାଜପୁର: ଦୁର୍ଘଟଣାରେ ୩ ମୃତ,ଏଥିରେ ଅଛନ୍ତି କଟକର ୨ ଜଣ ଡାକ୍ତର

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ବନ୍ଦାଳୋ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ଦୁଇଜଣ ଡାକ୍ତରଙ୍କ ସମେତ ମୋଟ୍‌ ୩ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ମୃତ୍ୟୁ ବରଣ କରଥିିବା ଡାକ୍ତର ହେଉଛନ୍ତି କଟକ ସିଟି ହସ୍‌ପିଟାଲର ଡା. ପରେଶ ମହାପାତ୍ର, ଡାକ୍ତର ରାଜେନ୍ଦ୍ର ସାମଲ ଓ କାର ଡ୍ରାଇଭର ମନୋଜ ନାୟକ। ଏହି ୩ଜଣ ଗତକାଲି ରାତିରେ ବାଲେଶ୍ୱରର ଭୋଗରାଇରୁ ଏକ କାର ଯୋଗେ ଫେରୁଥିବା ବେଳେ ଗାଡ଼ି ଉପରୁ ଭାରସାମ୍ୟ ହରାଇ ଡ୍ରାଇଭର ରାସ୍ତାକଡ଼ରେ ଥୁଆ ହୋଇଥିବା ଏକ ଟ୍ରଲରକୁ ଧକ୍କା ଦେଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଡା. ମହାପାତ୍ର ଓ ଡା. ସାମଲ ବାଲେଶ୍ୱର ଜିଲ୍ଲା ଭୋଗରାଇ ଠାରେ କୌଣସି କାର୍ଯ୍ୟ ସାରି ଏକ ହୁଣ୍ଡାଇ ଗାଡ଼ିରେ କଟକ ଫେରୁଥିବା ବେଳେ ବିଳମ୍ବିତ ରାତିରେ ବନ୍ଦାଳୋ ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ଉପରେ ରଖାଯାଇଥିବା ଏକ ଟ୍ରଲର ସହିତ ଧକ୍କା ହୋଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବଡ଼ଚଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକମାନଙ୍କ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର