୧୦୮ ଆମ୍ବୁଲାନ୍ସ ଓଲଟି ୩ ଗୁରୁତର, ବାଲେଶ୍ୱର ମେଡିକାଲରେ ଭର୍ତ୍ତି

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ନିକଟସ୍ଥ ଜାତୀୟ ରାଜପଥ-୬୦ରେ ଏକ ଆମ୍ବୁଲାନ୍ସ ଓଲଟି ପଡିବାରୁ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ ଏକ ୧୦୮ ଆମ୍ବୁଲାନ୍ସ ବାଲେଶ୍ୱରରେ ରୋଗୀ ଛାଡି ଭୋଗରାଇ ଫେରୁଥିବା ବେଳେ ଜାତୀୟ ରାଜପଥ-୬୦ ଗୁଡିଖାଲଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଆମ୍ବୁଲାନ୍ସର ଡ୍ରାଇଭର ସମେତ ୩ ଜଣ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସମସ୍ତ ଆହତଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର