ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦରଥାନା ଅର୍ନ୍ତଗତ ବାମୁଣୀପୁଟ ଗାଁରେ ଗତ କାଲି ମା’ ଝାଡେଶ୍ବରୀ ଦେବୀ ଠାକୁରାଣୀ ଯାତ୍ରାର ଉଦଯାପନୀ ଉତ୍ସବରେ ୨ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲେ। ଏମାନଙ୍କୁ ନିୟନ୍ତ୍ରଣ କରିବାକୁ ଯାଇଥିବା ପୁଲିସ ଗାଡ଼ି ଉପରକୁ ଏମାନେ ଢ଼େଲା ମାଡ଼ କରିଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଯାଇଥିବା ଜୟପୁର ସଦରଥାନା ପୁଲିସକୁ ବି ଢ଼େଲା ମାଡ଼ ଖାଇଛନ୍ତି। ପୁଲିସ ଗାଡ଼ିବି ଭଙ୍ଗାରୁଜା ହୋଇଛି। ଏ ନେଇ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨୦ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା କହିଛନ୍ତି ସବଇନିସେପକ୍ଟର ଶଙ୍କର ପଣ୍ଡା।
ଗତ କାଲି ଜୟପୁର ସଦରଥାନା ଅର୍ନ୍ତଗତ ବାମୁଣୀପୁଟ ଠାରେ ଥିବା ମା ’ ଝାଡେଶ୍ବରୀ ଗ୍ରାମଠାକୁରାଣୀଙ୍କ ଯାତ୍ରାର ଉଦଯାପନୀ ଉତ୍ସବ ରହିଥିଲା। ଏହି ଅବସରରେ ସେଠାରେ ନାଟକ ବି ମଂଚସ୍ଥ ହୋଇଥିଲା। ତେବେ କୌଣସି କଥାକୁ କେନ୍ଦ୍ର କରି ୨ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲେ। ପୁଲିସ ପାଟ୍ରୋଲିଂ ଗାଡ଼ି ଦେଖି ମଧ୍ୟ ଏମାନଙ୍କ ଗଣ୍ଡଗୋଳ ବନ୍ଦ ହୋଇ ନଥିଲା। ବରଂ ପୁଲିସ ଗାଡ଼ି ଉପରକୁ ଏମାନେ ଢ଼େଲା ପଥର ମାଡ଼ କରିଥିଲେ। ଏଥିରେ ସବଇନିସପେକ୍ଟର ନବୀନ ଟପ୍ପୋ, କନେଷ୍ଟବଲ ଦୁର୍ଗା ପ୍ରସାଦ ବିଶ୍ବାଳ, ହୋମଗାର୍ଡ଼ ତ୍ରିଲୋଚନ ଚୌଧୁରୀ, ଡ୍ରାଇଭର ସିଏଚ୍ ଅଶୋକ ପଥର ମାଡ଼ରେ ଆହତ ହୋଇଛନ୍ତି। ତେବେ ସବଇନିସପେକ୍ଟର ଟପ୍ପୋଙ୍କ ମୁଣ୍ଡ ଓ ମୁହଁରେ ଓ ଡ୍ରାଇଭର ଅଶୋକଙ୍କ ଆଖିରେ ମାଡ଼ ବାଜିଥିବା ସୂଚନା ମିଳିଛି। ଏ ନେଇ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯିବା ସହ ବାମୁଣିପୁଟର ବୁଲୁ ଟାକ୍ରୀ ଓ ନୂଆଗୁଡାର ଗଣେଶ ହରିଜନଙ୍କୁ ଗିରଫ କରିଛି।
ଠାକୁରାଣୀଯାତ୍ରାରେ ୨ଗୋଷ୍ଠୀ ମାରପିଟ୍, ପୁଲିସ ଏସ୍ଆଇଙ୍କ ସହ ୩କର୍ମଚାରୀ ଆହତ
ପୁଲିସ ଗାଡ଼ିକୁ ଢ଼େଲା ମାଡ଼, ୨ଗିରଫ
/sambad/media/post_attachments/wp-content/uploads/2022/09/attack1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)