ଭାଲୁ ଆକ୍ରମଣରେ ୩ ଆହତ

କୁଳିଅଣା : ଶିମିଳିପାଳ ଜାତୀୟ ଉଦ୍ୟାନରୁ ଗୋଟିଏ ଭାଲୁ ଗତକାଲି ରାତିରେ ବୁଢାବଳଙ୍ଗ ନଦୀତଟ ଗ୍ରାମ ବଡନୂଆଗାଁ ଅଂଚଳକୁ ଆସି ଏକ ଲେମ୍ବୁ ଲଟାରେ ଆଶ୍ରୟ ନେଇଥିଲା। ପ୍ରଥମେ ଏହି ଭାଲୁଟିକୁ ଟଙ୍ଗାଶୋଳ ଲୋକ ଦେଖି ଘଉଡାଇବାରୁ ଭାଲୁଟି ନୁଆଡିହ ଅଂଚଳକୁ ଚାଲି ଆସି ବଡନୂଆଗାଁ ତଳସାହିର ମଙ୍ଗଳୁ ନାଏକ(୪୫)କୁ କାମୁଡି ଦେଇଥିଲା । ପର୍ଯ୍ୟାୟ କ୍ରମେ ଏହି ଭାଲୁଟି ସେହି ଗ୍ରାମର ଅଜୟ ସିଂ(୩୦) ଏବଂ ଜଣେ ମହିଳା କବିତା ରାଣୀ (୨୫)ଙ୍କୁ କାମୁଡିଥିଲା। ସମସ୍ତ ଆହତଙ୍କୁ କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଛାଡି ଦିଆଯାଇଛି।

ସମ୍ବନ୍ଧିତ ଖବର