ଘାଇଲା କଲେ ଭାଲୁପଲ : ୩ ଆହତ, ହସ୍ପିଟାଲରେ ଭର୍ତ୍ତି

ତେଲକୋଇ : କେନ୍ଦୁଝରର ତେଲକୋଇରେ ଭାଲୁପଲ ଆକ୍ରମଣ କରିବାରୁ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ହେଉଛନ୍ତି ସ୍ବାମୀ-ସ୍ତ୍ରୀ। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆଜି ଦିନ ୧ଟା ସମୟରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଲୁଅଝରଣ ଗ୍ରାମର ଗୁରୁବାରୀ ପ୍ରଧାନ(୨୫) ଓ ସ୍ବାମୀ ପ୍ରତାପ ପ୍ରଧାନ (୩୦) ଘରଠାରୁ ମାତ୍ର ୫ଶହ ମିଟର ଦୂର ସମାକୋଇ ନଦୀକୁ ଗାଧୋଇବାକୁ ଯାଉଥିଲେ। ଏହି ସମୟରେ ମା’ ଛୁଆ ହୋଇ ବୁଲୁଥିବା ୪ ଭାଲୁ ସହ ହଠାତ ମୁହାଁମୁହିଁ ହୋଇଯାଇଥିଲେ। ଫଳରେ ଭାଲୁପଲ ଅତର୍କିତ ଆକ୍ରମଣ କରିଥିଲେ। ଦୁହିଁଙ୍କୁ ରାମ୍ପିବିଦାରି ପକାଇଥିଲେ। ପାଟି ଶୁଣି ନିକଟରେ ଥିବା ଅନ୍ୟଜଣେ ଲୋକ ଆସିଯିବାରୁ ତାଙ୍କୁ ମଧ୍ୟ ଭାଲୁପଲ କାମୁଡ଼ି ପକାଇଥିଲେ। ସେ ପ୍ରାଣ ବିକଳରେ ପାଖରେ ଥିବା ଗଛକୁ ଚଢ଼ି ଯାଇଥିଲେ ମଓ୍ୟ ଛାଡ଼ିନଥିଲେ। ଏହି ବ୍ୟକ୍ତି ହେଲେ, ହେ‌େଲ ମଧୁସୂଦନପୁରର ପଠାଣି ଜୁଆଙ୍ଗ (୫୦)।

ଗୁରୁବାରୀ ଓ ପଠାଣିଙ୍କ ମୁଣ୍ଡ, ମୁହଁ ସହ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର