ଧର୍ମଶାଳା : ଧର୍ମଶାଳା ବ୍ଲକ ଚୋରମୁହାଁ ପଞ୍ଚାୟତ ବଡ଼ମଙ୍ଗଳପୁର ଗ୍ରାମର ୩ ଜଣ ବ୍ୟକ୍ତି ମହୁମାଛି ଆକ୍ରମଣରେ ଆଜି ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଧର୍ମଶାଳା ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅବସରପ୍ରାପ୍ତ ସ୍ବାସ୍ଥ୍ୟ କର୍ମଚାରୀ ସୁନୀଲ୍ କୁମାର କର(୬୯)ଙ୍କ ଅବସ୍ଥା ଗୁରୁତର ରହିଛି। ସେହିପରି ସନାତନ ମହାନ୍ତି(୫୨) ଓ ଅଭିଜିତ୍ ଜେନା(୨୦)ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ଗ୍ରାମରେ ଥିବା ଏକ ଛଣଗଦାରେ ମହୁମାଛି ବସା ବାନ୍ଧିଥିଲେ। ଏମାନେ ଜାଣି ନପାରି ଛଣଗଦା ନିକଟକୁ ଚାଲି ଯିବାରୁ ମହୁମାଛିଙ୍କ ଆକ୍ରମଣର ଶିକାର ହୋଇଥିଲେ ବୋଲି ଜଣାପଡ଼ିଛି।
ମହୁମାଛି ଆକ୍ରମଣରେ ୩ ଆହତ
/sambad/media/post_attachments/wp-content/uploads/2021/02/bees1.jpg)