ଚିଲିକା କୂଳରେ ବିସ୍ଫୋରଣ, ୩ ଗୁରୁତର

ବ୍ରହ୍ମଗିରି : ଆଜି ସକାଳୁ ଚିଲିକା କୂଳରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। ଏଥିରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘଟଣାସ୍ଥଳରୁ ୩ ଜଣ୨୦ ଫୁଟ୍‌ ଦୂରକୁ ଛିଟିକି ପଡ଼ିଥିଲେ। ଏଥିରେ ୩ଜଣ ଗୁରୁତରଙ୍କ ମଧ୍ୟରୁ ୨ଜଣ ନାବାଳକ ଥିବା ଜଣାପଡ଼ିଛି।

ଖବର ନେବାରେ ଜଣାପଡିଛି ଆଜି ସକାଳ ସାଢେ ଆଠଟା ବେଳେ କୃଷ୍ଣପ୍ରସାଦ ବ୍ଲକ୍‌ ଅରଖକୁଦା ମେରାଇନ ଥାନା ଅନ୍ତର୍ଗତ ଭାଗବତ ସାହିର କିଛି ବ୍ୟକ୍ତି ଚିଲିକା କୂଳରେ ଫାଇବର୍‌ ଡଙ୍ଗା ତିଆରି କରିବାକୁ ରସାୟନିକ ସାମଗ୍ରୀ ରଖିଥିଲେ। ଏହି ରାସାୟନିକ ସାମଗ୍ରୀକୁ ଏକ ପ୍ଲାଷ୍ଟିକ୍‌ ଡବାରେ ଭର୍ତି କରି ଏହାକୁ ଡଙ୍ଗାରେ ଲଗାଇବାକୁ ଉଦ୍ୟମ କରୁଥିଲେ। ତେବେ ସେଠାରୁ ୫୦ ଫୁଟ୍‌ ଦୁରରେ କିଛି ଅଳିଆରେ କେହି ନିଆଁ ଲଗାଇ ପଳାଇ ଥିଲେ। ରାସାୟନିକ ସାମଗ୍ରୀରୁ ବାହାରୁଥିବା ଗ୍ୟାସ ସେହି ନିଆଁ ସଂସ୍ପର୍ଶରେ ଆସିବାରୁ କେହି କିଛି ବୁଝିବା ଆଗରୁ ହଠତ୍‌ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ଥିବା ଅଭିରାମ ବେହେରା, ଅବିନାଶ ବେହେରା ଓ ନରସି˚ହ ବେହେରାଗୁରୁତର ଆହତ ହୋଇଥିଲେ। ଏହି ୩ଜଣ ୨୦ ଫୁଟ୍‌ ଦୂରକୁ ଛିଟିକି ପଡ଼ିଥିଲେ। ଆଖ ପାଖ ଅଞ୍ଚଳ ପ୍ରଚଣ୍ଡ ଶଦ୍ଦରେ ଥରି ଉଠିଥିଲା। ଲୋକେ କିଛି ସମୟ ପାଇଁ ଆତଙ୍କିତ ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଗାଁ ଲୋକେ ତୁରନ୍ତ ଏକ ଅଟୋ ଯୋଗେ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ୩ଜଣଙ୍କୁ ପୁରୀ ସଦର ଚିକିସୃାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସମସ୍ତଙ୍କର ହାତ, ଗୋଡ, ମୁହଁ, ପିଠିରେ ଗଭୀର ଆଘାତ ଲାଗିଛି। ଘଟଣାସ୍ଥଳରେ ମେରଇାନ ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର