ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଭୋଗଡ଼ା ଗାଁରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼। ବୋମାମାଡ଼ରେ ଗୋଟିଏ ପରିବାରର ୩ ଆହତ। ଆହତମାନଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ବାଘମାରୀ ଥାନା ଅନ୍ତର୍ଗତ ଭୋଗଡ଼ା ଗାଁରେ କିଛି ଦୁର୍ବୃତ୍ତ ଜଣଙ୍କ ଘରେ ପଶି ବୋମାମାଡ଼ କରିଥିବା ସୂଚନା ମିଳିଛି। ବୋମାମାଡରେ ଗୋଟିଏ ପରିବାରର ୩ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ସ୍ୱାମୀ-ସ୍ତ୍ରୀ ଏବଂ ତାଙ୍କର ଗୋଟିଏ ପୁଅ। ଆହତମାନଙ୍କୁ ଚିକିତ୍ସା ଲାଗି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ଗାଁ’ର ଅନ୍ୟ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି। ବୋମାମାଡ଼ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଖସି ପଳାଇ ଯାଇଛନ୍ତି। ଖବର ପାଇ ବାଘମାରୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ବୋମାମାଡର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ଲୁଟ୍‌ ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ଆସିଥିବା ଅନୁମାନ କରାଯାଉଛି।