ନିଆଁରେ ପୋଡି ହୋଇ ଝିଅ ମୃତ, ମା ସହ ୨ ଶିଶୁ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଗେରୁପଡା ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି | ଘରେ ଶୋଇଥିବା ବେଳେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ମା ସହ ତିନି ସନ୍ତାନ ପୋଡ଼ିଯାଇଛନ୍ତି | ଏମାନଙ୍କ ମଧ୍ୟରୁ ଗୋଟିଏ ଝିଅର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଏକ ଝିଅ ଗୁରୁତର ହୋଇଛନ୍ତି | ଗୁରୁତର ଅବସ୍ଥାରେ ପ୍ରଥମେ ଏମାନଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା |

 

ପରେ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା | ପରେ ଦୁଇ ଝିଅଙ୍କର ଅବସ୍ଥାରେ ଉନ୍ନତି ପରିଲକ୍ଷିତ ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ପଠାଯାଇଥିଲା | ସେଠାରେ ସାନ ଝିଅ କ୍ରିଷ୍ଣାଙ୍କର ମୃତ୍ୟୁ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ଗେରୁପଡା ଗାଁ ର ଅରୁଣ ବେହେରାଙ୍କ ଘରେ ଏହି ନିଆଁ ଲାଗିଯାଇଥିଲା |

ଅରୁଣ ଘର ବାହାରେ ଶୋଇଥିବାରୁ ସେ ଏହି ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି | ତେବେ ଏଥିରେ ତାଙ୍କ ପତ୍ନୀ ଵାଲମତୀ ବେହେରା, ୫ ବର୍ଷର ପୁଅ ରୁଦ୍ର ବେହେରା ଆହତ ହୋଇଥିଲେ | ତେବେ ବଡ ଝିଅ ରମ୍ଭା ବେହେରା(୧୮) ଓ ସାନ ଝିଅ କ୍ରିଷ୍ଣା ବେହେରା (୧୩) ଗୁରୁତର ଆହତ ହୋଇଥିଲେ | ସେମାନଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଛି | ବିଳମ୍ବିତ ରାତି ୩ଟାରେ ଏଭଳି ଘଟଣା ଘଟିଥିଲାବେଳେ ସରକାରୀ ସାହାଯ୍ୟ ପାଇଁ ଦାବି ଉଠିଛି |

ସମ୍ବନ୍ଧିତ ଖବର