ରଗଡି : କୋରେଇ ବ୍ଲକ ଅସନଝର ପଞ୍ଚାୟତ ଅନ୍ତର୍ଗତ ଅସନଝର, ବେଲଦା ଓ ରାମକୃଷ୍ଣପୁର ପ୍ରଭୃତି ଗ୍ରାମରେ କିଛି ଦିନ ହେଲା ୧୦ ରୁ ଊର୍ଦ୍ଧ୍ଵ ମାଙ୍କଡ଼ ଉପଦ୍ରବ କରୁଛନ୍ତି। ମାଙ୍କଡ଼ ଆକ୍ରମଣରେ ପାତିଆ ବେହେରା( ୬୫), ରୋଜାଲିନ ବେହେରା(୨୫) ଓ ସଞ୍ଜୁ ସିଂ( ୬୫) ଆହତ ହୋଇଛନ୍ତି। ସଞ୍ଜୁ ସିଂଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ମାଙ୍କଡ଼ ଅତର୍କିତ ଭାବେ ଉପରକୁ ଡେଇଁ ପଡ଼ିବାରୁ ସେ ତଳେ ପଡ଼ିଯାଇଥିଲେ। ମାଙ୍କଡ଼ଟି ତାଙ୍କ ପିଠି ଏବଂ ଅନ୍ୟାନ୍ୟ ସ୍ଥାନକୁ କାମୁଡି କ୍ଷତାକ୍ତ କରିଛି । ମାଙ୍କଡ଼ ଉପଦ୍ରବ ଯୋଗୁଁ ଲୋକେ ଭୟ କରୁଛନ୍ତି। ସ୍ଥାନୀୟ ସରପଞ୍ଚ ନିରଞ୍ଜନ ବାରିକ ଏଥିନେଇ ପଦକ୍ଷେପ ନେବାକୁ ବନ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି । ମାଙ୍କଡ଼ ପଲକୁ ତଡ଼ିବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଥିବା ବନ କର୍ମଚାରୀ ଅଜୟ କୁମାର ମଲ୍ଲିକ ଓ ସତ୍ୟାନନ୍ଦ ପାଲ କହିଛନ୍ତି।