ପିପିଏଲ୍‍ରେ ଅଘଟଣ : ତିନି ଗୁରୁତର

ପାରାଦୀପ : ପିପିଏଲ୍‍ର ସଲଫ୍ୟୁରିକ୍‍ ଏସିଡ୍‍ ପ୍ଲାଣ୍ଟ ମରାମତି କାର୍ଯ୍ୟ ଚାଲିଥିବା ବେଳେ ବାମ୍ଫ ପଡ଼ି ଆଜି ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକସ୍ଥିତ ଏକ ଘରୋଇ ହସ୍‍ପିଟାଲରେ ଭର୍ତ୍ତିି କରାଯାଇଛି। ଏହି ତିନି ଜଣଙ୍କ ମଧ୍ୟରେ ଜଣେ କମ୍ପାନିର କର୍ମଚାରୀ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଅସ୍ଥାୟୀ ଶ୍ରମିକ ବୋଲି ଜଣାପଡ଼ିଛି। ପାରାଦୀପରେ ଅଗ୍ନିକାଣ୍ଡରେ ଆହତଙ୍କ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଏହି ତିନି ଜଣଙ୍କୁ କଟକ ପଠାଯାଇଛି। ସେଠାରେ ଜଣେ ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଚିକତ୍ସାଧୀନ ଥିବା କମ୍ପାନି ସୂତ୍ରରୁ ଜଣାପଡ଼ିଛି। ଅଘଟଣ ପରେ ପ୍ଲାଣ୍ଟର ମରାମତି କାର୍ଯ୍ୟ ବନ୍ଦ ରହିଛି।

ସମ୍ବନ୍ଧିତ ଖବର