ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଆଜି ସକାଳେ ପୁଲିସ-ନକ୍ସଲ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ସିଆର୍ପିଏଫର ୩ ଜଣ ଯବାନ ଆହତ ହୋଇଛନ୍ତି।
ଦୁଇ ଦିନ ପୂର୍ବେ ସିଆର୍ପିଏଫ ଯବାନ ଚିନ୍ତାଗୁମ୍ଫାଠାରୁ ୮ କିମି ଦୂରରେ ଥିବା ଜଂଗଲରେ ପଶିଥିଲେ। ଆଜି ସକାଳେ ନକ୍ସଲ ନେତା ଇର୍ମାଙ୍କ କ୍ୟାମ୍ପ ନିକଟରେ ଯବାନ ପହଞ୍ଚିଯାଇଥିଲେ। ନକ୍ସଲ ପୋଲିସକୁ ଦେଖି ଅତର୍କିତ ଗୁଳି ଚଳାଇଥିଲା। ଫଳରେ ପୁଲିସ ମଧ୍ୟ ପାଲଟା ଜବାବ ଦେଇଥିଲା। ଏହି ଗୁଳି ବିନିମୟରେ ୩ଜଣ ସିଆର୍ପିଏଫ ଯବାନ ଆହତ ହୋଇଥିବା ବେଳେ ନକ୍ସଲଙ୍କ ମୃତାହତ ସଂପର୍କରେ କୌଣସି ସୂଚନା ମିଳିନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/firing-3.jpg)