ଖୋର୍ଦ୍ଧା: ନିଲମ୍ବିତ ହେଲେ ଲାଞ୍ଚୁଆ ଜେଇ । ଦୁର୍ନୀତିକୁ ମୂଳତ୍ପୋଟନ କରିବା ଉଦ୍ଦେଶ୍ୟରେ ବ୍ଲାକ୍ଆଉଟ୍ ଅପରେସନରେ ଧରାପଡ଼ିଥିବା ୩ ଲାଞ୍ଚୁଆ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ନିର୍ଦ୍ଦେଶ ଦେଇଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା । ଭିଡ଼ିଓ କ୍ଲିପ ଦେଖିବା ପରେ ତୁରନ୍ତ ଏପରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଅରୁଣ ବୋଥ୍ରା । କାରଣ ଭିଡ଼ିଓ ଦେଖି ଏପରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଏ ନାହିଁ । ତେବେ ଆଗକୁ ଭିଡ଼ିଓ ଦେଖି ପ୍ରକୃତ ସତ୍ୟାସତ୍ୟ ଜାଣିବା ପରେ ଆଉ ଅଧିକ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି ସେସୁ ସିଇଓ ।
Sambad is now on WhatsApp
Join and get latest news updates delivered to you via WhatsApp
ଖୋର୍ଦ୍ଧା ସବଡିଭିଜନ୍ ଜେଇ ଅଭିମନ୍ୟୁ ଜେନା, ଭୁବନେଶ୍ୱର ଭିଏସଏସ୍ ନଗରର ଜେଇ ସୁବ୍ରତ ଦାସ ଏବଂ ଭୁବନେଶ୍ୱର ବରମୁଣ୍ଡା ସବଡିଭିଜନ୍ ଜେଇ ସୁବ୍ରତ ମିଶ୍ର ହେଲେ ସସପେଣ୍ଡ । ଲାଞ୍ଚ ନେଇ ପାୱାରକଟ୍ କରାଉଥିବା ଅଧିକାରୀଙ୍କୁ ପାନେ ମିଳିଛି । କିଛି ଟଙ୍କା ପାଇଁ ସାଧାରଣ ଜନତାଙ୍କୁ ହଇରାଣ କରୁଥିବା ବଡ଼ବାବୁଙ୍କ ପାଦତଳେ ଆଉ ମାଟି ନାହିଁ । କାରଣ ସକାଳ ହେଉ ହେଉ ତାଙ୍କର ଦୁର୍ନୀତି ମୁଖା ଖୋଲିଯିବା ସହ ଚାକିରୀ ମଧ୍ୟ ଯାଇଛି ।
ତେବେ ଆଗକୁ ବିଭାଗରେ ସ୍ୱଚ୍ଛତା ବଜାୟ ରଖିବାକୁ ଯାଇ ଏସପି ଭିଜିଲାନ୍ସ ଓ ଡିଆଇି ଭିଜିଲାନ୍ସ ସହ କଥା ହୋଇଛନ୍ତି ଅରୁଣ ବୋଥ୍ରା । ଟେକ୍ନୋଲୋଜି ବ୍ୟବହାର କରି ଆଗାମୀ ଖରାଦିନେ ଉତ୍ତମ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ କଥା ହେଲା ଏବେ ବର୍ତ୍ତିପାରିବେନି ଲାଞ୍ଚୁଆ ଅଧିକାରୀ ।