ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରି ନିକଟରେ ଅଟୋକୁ ଧକ୍କା ଦେଲା କଣ୍ଟେନର ଗାଡି। ଅଟୋକୁ ଧକ୍କା ଦେଇ କଣ୍ଟେନର ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ଅଟୋରେ ଚାଳକ ସମେତ ୭ଜଣ କାଉଡ଼ିଆ ଥିଲେ। ଧକ୍କା ହେବା ଯୋଗୁଁ ଅଟୋର ଚାଳକ ସମେତ ୭ଜଣ ଛିଟିକି ପଡିଥିଲେ। ସେମାନଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ତେବେ ସେଠାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି।
ଅନ୍ୟ ୩ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ୨ଜଣ ଆହତ ହୋଇଥିବା ଜଣାପଡିଛି। କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ଏହି ବୋଲବମ ଭକ୍ତମାନେ ଅଟୋ ଗାଡିରେ ପାଟଣାକୁ ଆସି ତେଲକୋଇ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/bcac28bb-f046-4420-ae6f-42bbd39148a2.jpg)