ତାମିଲନାଡୁରୁ ବ୍ରହ୍ମପୁରକୁ ଚାଲାଣ ବେଳେ ୩ କିଲୋ ସୁନା ଓ ୧୭ କିଲୋ ରୁପା ଜବତ: ୩ ଅଟକ

ବ୍ରହ୍ମପୁର: ତାମିଲନାଡୁରୁ ବ୍ରହ୍ମପୁର ପ୍ରେମନଗରକୁ ଚାଲାଣ ବେଳେ ଜିଏସଟି ଫାଙ୍କୁଥିବା ସୁନା ଅଳଙ୍କାର ବ୍ୟବସାୟୀଙ୍କୁ ଗୋଳନ୍ଥରା ପୁଲିସ କାବୁ କରିଥିବ‌ାର ଖବର ମିଳିଛି। ଜଣେ  ଗାଡ଼ି ଚାଳକଙ୍କ ସହ ୩ ଜଣଙ୍କୁ ପୁଲିସ ଅଟକ ରଖିଛି। ସେମାନଙ୍କ ନିକଟରୁ ୩ କିଲୋ ସୁନା ଓ ୧୭ କିଲୋ ରୁପା ଜବତ  କରାଯାଇଛି। ଏହାର  ଆନୁମାନିକ ମୂଲ୍ୟ ଅଢେଇ କୋଟି ହେବ ବୋଲି ସୂଚନା ରହିଛି।

ସୂଚନା ଅନୁଯାୟୀ, ତାମିଲନାଡୁରୁ ବ୍ରହ୍ମପୁର ପ୍ରେମନଗର ଅଞ୍ଚଳକୁ ଆସୁଥିଲା ଏହି ସୁନା ଓ ରୂପା ଅଳଙ୍କାର। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଧରିଲା ଗୋଳନ୍ଥରା ପୁଲିସ। ପୂର୍ବରୁ ଏହିପରି ଶହ ଶହ କିଲୋ ସୁନା ଓ ରୁପା ସହ କୋଟି କୋଟି ଟଙ୍କା ଜବତ କରିଛି ପୁଲିସ ଓ ଅବକାରୀ ଗୁଇନ୍ଦା ବିଭାଗ। ବ୍ରହ୍ମପୁର ସୁନା ବ୍ୟବସାୟୀଙ୍କ ନିକଟକୁ ପ୍ରତିଦିନ ଏହିପରି ସୁନା ଓ ରୁପା ଅଳଙ୍କାର ଆସୁଥିବା କୁହାଯାଉଛି। ଧରାପଡିଲେ ଟିକସ ଦେଉଛନ୍ତି ଓ ନ ଧରାପଡିଲେ ସୁନା ବ୍ୟବସାୟୀ ମାଲାମାଲ ହେଉଛନ୍ତି ।

ସମ୍ବନ୍ଧିତ ଖବର