ମାଥିଲି : ତଙ୍ଗଗୁଡାରେ ସିରିଜ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ପରିବାର ଲୋକଙ୍କ ପକ୍ଷରୁ ରାସ୍ତା ରୋକ କରାଯାଇଛି। ବ୍ରେକ୍ ଡାଉନ ହୋଇଥିବା ଟ୍ରକ୍ ସହ ପିଟି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି।
ଗତକାଲି ପିଟି ହୋଇ ଜଣଙ୍କର ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ଦାବି କରି ପରିବାର ଲୋକଙ୍କ ପକ୍ଷରୁ ରାସ୍ତା ରୋକ କରାଯାଇଛି। ପରିବାର ଲୋକେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।
ଫଳରେ ମାଲକାନଗିରି- ଜୟପୁର ମୁଖ୍ୟରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/10/05/3-killed-in-serial-accident-road-blocked-demanding-compensation-2025-10-05-09-48-18.jpg)