ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକର ଅଉଁଲା ଜୋର ଗାଁରୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବଜ୍ରକାପ୍ତାର ଓଜନ ୩ କିଲୋ ଥିବା ସୂଚନା ମିଳିଛି । ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବଜ୍ରକାପ୍ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।
ସୂଚନା ଅନୁସାରେ, ବୁଧବାର ରାତିରେ ଅଉଁଲା ଜୋର ଗାଁର ଦିଗମ୍ବର ସାଙ୍କ ବାଡ଼ି ପଟେ ଲାଗିଥିବା ବାଡ଼ ଜାଲରେ ବଜ୍ରକାପ୍ତାଟି ଫସି ଯାଇଥିଲା । ଗୁରୁବାର ସକାଳୁ ଦିଗମ୍ବର ସା ଏହାକୁ ଦେଖି ଗ୍ରାମବାସୀଙ୍କ ସହାୟତାରେ ବନବିଭାଗକୁ ସୂଚନା ଦେଇଥିଲେ ।
ଖବର ପାଇ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବଜ୍ରକାପ୍ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
sundargarh | indian pangolinin
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/21/3-kilo-indian-pangolinin-rescue-from-anbola-jor-village-2025-08-21-11-53-39.jpg)