ସାଇବର ଠକେଇ: ଗଞ୍ଜାମ ପୋଲସରାରେ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ୩ ଲକ୍ଷ ୪୦ ହଜାର ଟଙ୍କା

ବ୍ରହ୍ମପୁର: ବାଲେଶ୍ୱରରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ଘଟଣା ପରେ ଏବେ ଏମିତି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଂଚଳର ବିଜୟ କୁମାର ସାମନ୍ତରାୟ ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୩ ଲକ୍ଷ ୪୦ ହଜାର ଗାଏବ ହୋଇଥିବା ଅଭିଯୋଗ ହୋଇଛି । ଏସବିଆଇ ଆକାଉଣ୍ଟରୁ ୧୦ ଦିନ ମଧ୍ୟରେ ପର୍ଯ୍ୟାୟ କ୍ରମେ ଏହି ଅର୍ଥ ଗାଏବ ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଆକାଉଣ୍ଟରୁ ବାରମ୍ବାର ଟଙ୍କା ଗାଏବ ହୋଇଚାଲିଥିଲେ ବି ତାଙ୍କ ମୋବାଇଲକୁ କୌଣସି ମେସେଜ୍ ଆସୁନଥିଲା । ଏପରିକି ଠକଙ୍କ ସହ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପର୍କ ଥାଇପାରେ ବୋଲି ଅଭିଯୋଗ ଆଣିଛନ୍ତି । ଠକେଇ ନେଇ ପ୍ରଥମେ ପୋଲସରା ଓ ପରେ ବ୍ରହ୍ମପୁର ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଦକ୍ଷିଣାଂଚଳ ଆଇଜି କହିଛନ୍ତି ଯେ, ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଓ ଖୁବଶୀଘ୍ର ଠକଙ୍କୁ ଠାବ କରାଯିବ ।

ସମ୍ବନ୍ଧିତ ଖବର