ରାଜଗାଙ୍ଗପୁର: ରାଜଗାଙ୍ଗପୁର ପୌରପାଳିକାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ହୋଇଛି। ପୌରପାଳିକାରେ ନିଯୁକ୍ତି ପାଇଥିବା କନି‌ଷ୍ଠଯନ୍ତ୍ରୀମାନେ ଦୀର୍ଘ ଦିନରୁ ଗୋଟିଏ ସ୍ଥାନରେ ରହି ଠିକାଦାର ତଥା ରାଜନେତାଙ୍କ ସହିତ ମଶି ଉନ୍ନୟନ କାର୍ଯ୍ୟ ଗୁଡ଼ିକ ଅତି ନିମ୍ନମାନ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ହେଉଛି। ପୌରପାଳିକାର ବାଣ୍ଠୁପଡ଼ା ୧୮ନଂ ୱାର୍ଡ଼ରେ ବିଭାଗ କେବଳ ନାମ ଫଳକ ଲେଖି ୩ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶର ଯେ ସୁମିତ୍ରା ବିବାହ ମଣ୍ଡପ ଠାରୁ କଲଭର୍ଟ ପର୍ଯ୍ୟନ୍ତ ଏକ ନାଳ ନିର୍ମାଣ କରିବା ପାଇଁ ଗତ ୨୦-୨୧ବର୍ଷରେ ଏଫ୍‌ସି ଜରିଆରେ ୩ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା। ପୌରପାଳିକା ନିର୍ଦ୍ଧାରିତ ସ୍ଥାନରେ କାର୍ଯ୍ୟ କରିନଥିବାଜଣାପଡ଼ିଛି।

Advertisment

ଏହି ଅର୍ଥ କିପରି ଏବଂ କେଉଁଠାରେ ଖର୍ଚ୍ଚ କରାଯାଇଛି ତାହା କେବଳ ବିଭାଗକୁ ଜଣାଅଛି। ପୌରପାଳିକାରେ ନିଯୁକ୍ତି ପାଇଥିବା ୨ ଜଣ କନି‌ଷ୍ଠ ଯନ୍ତ୍ରୀ ଅଛନ୍ତି। ସେଥିମଧ୍ୟରୁ ଜଣେ ଦୀର୍ଘ ୧୫ବର୍ଷରୁ ଅଧିକ ଥିବାବେଳେ ଅନ୍ୟ ଜଣକ ପଞ୍ଚାୟତରୁ ୪ ବର୍ଷରୁ ଊର୍ଦ୍ଧ୍ବ ଡେପୁଟେସନରେ ଆସିଛନ୍ତି। ପୂର୍ବରୁ ରାଜଗାଙ୍ଗପୁର ପୌରପାଳିକା ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଗୁଡ଼ିକ ଉପରେ ରାଜ୍ୟଦୁର୍ନୀତି ନିବାରଣ ବିଭାଗ ତଦନ୍ତ କରାଯାଇ ୨ ଅଧିକାରୀଙ୍କ ଉପରେ ମାମଲା ମଧ୍ୟ ରୁଜୁ କରିବା ସହିତ ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ, ସହକାରୀ ଯନ୍ତ୍ରୀ ଏବଂ ଅନ୍ୟ ଜଣେ କର୍ମଚାରୀଙ୍କୁ ଗିରଫ କରିଥିଲେ। ପୌରପାଳିକାରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ ନଜର ରଖିବା ପାଇଁ ଦୁର୍ନୀତି ବିଭାଗ କାର୍ଯ୍ୟକରିବାକୁ ସାଧାରଣରେ ଦାବି ହେଉଛି।