କାକରା ପାଇଁ ଗଲା ୩ଲକ୍ଷ

ଟାଙ୍ଗୀ:କାକରା ଖାଇବା ମହଙ୍ଗା ପଡିଲା। କାକରା ଖାଇବା ପାଇଁ ଟାଙ୍ଗୀ ବସ୍‌ଷ୍ଟାଣ୍ଡର ଏକ ଦୋକାନ ସମ୍ମୁଖରେ ବାଇକ୍‌ ରଖି ଦୋକନକୁ ପଶିଥିଲେ ବ୍ୟାଟେରୀ ଓ ଇନଭର୍ଟର କମ୍ପାନୀର ଦୁଇଜଣ କର୍ମଚାରୀ। ହେଲେ ପୂର୍ବରୁ ପିଛା କରୁଥିବା ଲୁଟେରାମାନେ ବାଇକ୍‌ରେ ଥିବା ଟଙ୍କା ବ୍ୟାଗ୍‌ ନେଇ ଫେରାର ହୋଇଯାଇଥିଲେ। ସେହି ବ୍ୟାଗ୍‌ରେ ୩ଲକ୍ଷ ଟଙ୍କା ଥିବା ଜଣାପଡିତଛି। ଏସଂପର୍କରେ ସଂପୃକ୍ତ ଦୁଇଜଣ କର୍ମଚାରୀ ମୋହନ ବାବୁ ଓ ବିନି ବାବୁ ଟାଙ୍ଗୀ ଥାନାରେ ଅଭିଯୋଗ କରିଛନ୍ତି। ଛତିଆରୁ ଟଙ୍କା କଲେକସନ୍‌ କରି ଫେରୁଥିବାବେଳେ ଏଭଳି ଘଟଣା ଘଟିଛି। ଟଙ୍କା ଯେପରି ସୁରକ୍ଷିତ ରହିବ ସେଥିପାଇଁ ଏକ ପୁରୁଣା ବ୍ୟାଗରେ ଟଙ୍କା ରଖି ବାଇକ୍‌ରେ ଝୁଲାଇଦେଇଥିଲେ। କିନ୍ତୁ ଦୁର୍ବୃତ୍ତ ତାହାକୁ ଲୁଟି ନେଇ ଫେରାର ହୋଇଯାଇଛନ୍ତି। ପୁୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର