‘ଫନି’ ମୁକାବିଲା: ୪ ଲକ୍ଷ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ, ୨୫ଟି ଏନଡିଆରଏଫ୍ ଓ ୧୮ଟି ଓଡ୍ରାଫ୍ ଟିମ୍ ମୁତୟନ

ଭୁବନେଶ୍ବର : ବାତ୍ୟା ଫନିର ଭୟାବହତାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଲୋକଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୪ ଲକ୍ଷ ଲୋକଙ୍କୁ ୮୭୯ଟୁ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ମୁତାବକ, ୩ ଲକ୍ଷ ୩୧ ହଜାର ୭୯୪ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ପୁରୀରେ ୨୨ ହଜାର ୨୫୦, ଖୋର୍ଦ୍ଧାରେ ୪ ହଜାର ୯୯୩, ନୟାଗଡ଼ରେ ୯୮୨, ରାୟଗଡ଼ାରେ ୭ ହଜାର ୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଗଞ୍ଜାମରେ ୧ ଲକ୍ଷ ୮୨ ହଜାର ୮୧୫, ଯାଜପୁରରେ ୨୯ ହଜାର ୫୦୦, ଭଦ୍ରକରେ ୨୪, ୬୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ।

ଏହାସହ ଲୋକଙ୍କ ସୁବିଧାକୁ  ଦୃଷ୍ଟିରୁ ୩୨ ଲକ୍ଷ ୧୧ ଶହ ପାଣି ପାଉଚ ମଧ୍ୟ ଗଚ୍ଛିତ ରଖାଯାଇଛି । ସାରା ରାଜ୍ୟରେ ବାତ୍ୟା ଆଶଙ୍କା ଥିବା ଅଂଚଳରେ ଗୁଡ଼ିକରେ ମୋଟ ୧୮ଟି ଓଡ୍ରାଫ୍ ଟିମ୍ ମୁତୟନ ଅଛନ୍ତି । ଆଉ ୨ଟି ଓଡ୍ରାଫ୍ ଟିମକୁ ଆବଶ୍ୟକ ସ୍ଥଳେ ବ୍ୟବହାର ପାଇଁ ରିଜର୍ଭ ରଖାଯାଇଛି ।

ଏହାବ୍ୟତୀତ ମୋଟ୍ ୨୫ଟି ଏନଡ଼ିଆରଏଫ୍ ଟିମ ମଧ୍ୟ ମୁତୟନ କରାଯାଇଛି । ପୁରୀରେ ୨ ଓଡ୍ରାଫ୍ ଟିମ୍, ୩ଟି ଏନଡ଼ିଆରଏଫ ଟିମ୍ , ବାଲେଶ୍ୱରରେ ୨ଟି ଓଡ଼୍ରାଫ୍ ଟିମ୍, ୨ ଟି ଏନଡ଼ିଆରଏଫ୍ ଟିମ୍ ଓ ନୟାଗଡ଼ରେ ଗୋଟିଏ ଲେଖାଏଁ ଏନଡ଼ିଆରଏଫ୍ ଓ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି । ଅନ୍ୟପଟେ ଭୁବନେଶ୍ୱରରେ ମଧ୍ୟ ଗୋଟିଏ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି । ପୁରୀ ଜିଲ୍ଲା ପାଇଁ ୫୦ଟି ବିଦ୍ୟୁତ ବିଭାଗ ଟିମ୍ ପ୍ରସ୍ତୁତ କରାଯାଇଛି ।

ସମ୍ବନ୍ଧିତ ଖବର