ମ. ରାମପୁର: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ତାପରେଙ୍ଗ ସଂରକ୍ଷିତ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବାର ଖବର ମିଳିଛି। ଏହି ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2023/05/4f4651bc-170c-40bb-833f-a0c2ba656722.jpg)
ଏହି ଗୁଳି ବିନିମୟ ସମୟରେ ଜଣେ ବରିଷ୍ଠ ସିଆରପିଏଫ ଅଧିକାରୀଙ୍କୁ ମଧ୍ୟ ଗୁଳି ବାଜିଥିବା ବେଳେ ତାଙ୍କୁ ପ୍ରଥମେ ମଦନପୁର ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବଲାଙ୍ଗୀର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ନେଇ ପୁଲିସ ସୂଚନା ଦେଇଛି।
ସୂଚନାଯୋଗ୍ୟ, ଗତ କିଛି ଦିନ ପୂର୍ବେ ଛତିଶଗଡ଼ରେ ହୋଇଥିବା ମାଓ ଆକ୍ରମଣ ପରେ ପରେ ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଥିଲା। ଜୋରଦାର କୁମ୍ବିଂ ଅପରେସନ କାରଣରୁ ମାଓବାଦୀମାନେ ଓଡ଼ିଶାମୁହାଁ ହେବେ ବୋଲି ପୁଲିସ ବିଭାଗ ପକ୍ଷରୁ ସତର୍କ କରାଯାଇଥିଲା । ଏପରିକି ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସିଲ୍ କରିବା ସହ ସ୍ୱତନ୍ତ୍ର ନଜର ରଖାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/249fcb52-4aec-42c2-8477-149bdf223a3d.jpg)