ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ସୋମବାର ପୁଲିସ ନିକଟରେ ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣ ମହିଳା ଅଛନ୍ତି। ସମସ୍ତଙ୍କ ମୁଣ୍ଡରେ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ରହିଥିଲା। ସମସ୍ତ ନକ୍ସଲ ଓଡ଼ିଶା କମିଟିର ସଦସ୍ୟ ବୋଲି ଜଣାପଡ଼ିଛି। ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ଜୈନୀ, ମନିଲା ଏବଂ ଦୀନେଶ। ସମସ୍ତେ ନିଜ ବନ୍ଧୁକ ସହ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ୫ବର୍ଷରୁ ୮ ବର୍ଷ ପର୍ଯ୍ୟନ୍ତ ସଂଗଠନ ସହ ଜଡ଼ିତ ରହି ବଡ଼ ବଡ଼ ମାଓନେତାଙ୍କ ସହ ମଧ୍ୟ କାମ କରିଛନ୍ତି। ପୁଲିସ ଉପରେ ଆକ୍ରମଣ କରିବା ସହ ଲୋକଙ୍କୁ ମାରପିଟ୍, ଲୁଟପାଟ୍, ଲ୍ୟାଣ୍ଡମାଇନ ଖଞ୍ଜିବା ଭଳି ହିଂସାରେ ଜଡ଼ିତ ଥିବା ସ୍ବୀକାର କରିଛନ୍ତି। ସରକାରଙ୍କ ଆତ୍ମନିର୍ଭରଶୀଳ ନୀତି ଏବଂ ପୁଲିସର ଲଗାତାର ଅପରେସନ ଯୋଗୁଁ ଏମାନେ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇଥିବା କହିଛନ୍ତି। ପୁଲିସ ତରଫରୁ ୩ ଜଣ ନକ୍ସଲଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଏହି ୩ଜଣଙ୍କୁ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
୩ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ସୋମବାର ପୁଲିସ ନିକଟରେ ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣ ମହିଳା ଅଛନ୍ତି। ସମସ୍ତଙ୍କ...
/sambad/media/media_files/2025/10/07/untitled-22-2025-10-07-07-47-02.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)