ଓଡ଼ିଶା ପୁଲିସକୁ ବଡ଼ ସଫଳତା: ଜଣେ ମହିଳାଙ୍କ ସମେତ ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି: ସାଧାରଣତନ୍ତ୍ର ଦିବସରେ ଓଡ଼ିଶା ପୁଲିସକୁ ମିଳିଛି ବଡ଼ ସଫଳତା। ଆଜି ଜଣେ ମହିଳାଙ୍କ ସମେତ ୩ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଗୁଇନ୍ଦା ନିର୍ଦେଶକ, ଏଡିଜି ଅପରେସନ ଓ ଏଡିଜି ଏସଆଇଡବ୍ଲୁଙ୍କ ଉପସ୍ଥିତିରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ଏ ନେଇ ଗୁଇନ୍ଦା ନିର୍ଦେଶକ ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦଲଦଲି ଅଂଚଳରୁ ଜଣେ ମହିଳାଙ୍କ ସମେତ ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ସମସ୍ତେ କାଂଗେର ଘାଟି ଏରିଆ କମିଟିରେ ପାର୍ଟି ମେମ୍ବର ଥିଲେ।

ଏଣେ ଆଜି ଡିଭିଏଫ ଓ ଏସଓଜି ଜବାନମାନଙ୍କ କୁମ୍ବିଂ ବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଥିବାର ଖବର ମିଳିଛି।

ଜବତ ସାମଗ୍ରୀ ଭିତରେ ରହିଛି ଗୋଟିଏ ଏସଏଲଆର ଓ ପିସ୍ତଲ ସହ ୫ଟି ବନ୍ଧୁକ ,୬ଟି ବିଜିଏଲ, ୧୪ ଟି ଲ୍ଯାଣ୍ଡମାଇନ, ଜୀବନ୍ତ ଗୁଳି, ଡିଟୋନେର, ଜିଲୋଟିନ୍ ଷ୍ଟିକ। ଆଜି ତୁଳସୀ ଜଂଗଲରୁ ଏସବୁ ମାଓ ସାମଗ୍ରୀ ଜବତ କରିଛି ପୁଲିସ।

ସମ୍ବନ୍ଧିତ ଖବର