୩ରେ ମେରିଟ୍‌ ଲିଷ୍ଟ, ୧୬ରୁ ପାଠପଢ଼ା

ଯୁକ୍ତ୩ ନାମଲେଖା ପାଇଁ ୨ ଲକ୍ଷ ୭୨ ହଜାର ଆବେଦନ

ଭୁବନେଶ୍ୱର: ଯୁକ୍ତ୩/ସ୍ୱୟଂଶାସିତ କଲେଜ, ସେଲ୍ଫ ଫାଇନାନ୍ସିଂ(ଡିଗ୍ର୍ରି) କଲେଜ/ସଂସ୍କୃତ(ଶସ୍ତ୍ରୀ) କଲେଜରେ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ ୨ ଲକ୍ଷ ୭୨ ହଜାର ୫୯୨ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ୧ ଲକ୍ଷ ୮୩ ହଜାର ୨୭୮ ପିଲାଙ୍କ ଆପ୍ଲିକେସନ୍‌ ଗ୍ରହଣ କରାଯାଇଛି। ୧୦ ହଜାର ୭୪୫ ଜଣ ଅନ୍‌ଲାଇନ୍‌ରେ ଫି’ ଦାଖଲ କରିଥିବା ଉଚ୍ଚଶିକ୍ଷା ବିଭାଗ େଓ୍ଵବସାଇଟ୍‌ରେ ଉଲ୍ଲେଖ ହୋଇଛି। ଆସନ୍ତାକାଲି ଅପରାହ୍ନ ୫ଟା ସୁଦ୍ଧା ଆଶାୟୀ ଛାତ୍ରଛାତ୍ରୀ ସମସ୍ତ ଡକ୍ୟୁମେଣ୍ଟ ଓ ଫି’ ଦାଖଲ କରିବା ପାଇଁ ଶେଷ ସୁଯୋଗ ରହିଛି। ଚଳିତବର୍ଷ ୯୮୪ ଡିଗ୍ରି କଲେଜ ପାଇଁ ନାମଲେଖା ହେଉଛି। ଜୁଲାଇ ୩ରେ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ କରାଯିବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୪ରୁ ୭ ଯାଏ ହେବ। ଜୁଲାଇ ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ କରାଯିବା ସହ ୧୨ ଓ ୧୩ ତାରିଖରେ ନାମଲେଖା ହେବ। ଜୁଲାଇ ୧୬ଠାରୁ ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।

ସମ୍ବନ୍ଧିତ ଖବର