୩୦ ଲକ୍ଷରେ ପହଞ୍ଚିଲା ନବୀନଙ୍କ ଟ୍ୱିଟର୍ ଫଲୋୟର୍ସ ସଂଖ୍ୟା

ଭୁବନେଶ୍ଵର: ନିକଟରେ ଏବିପି ନ୍ୟୁଜ ପକ୍ଷରୁ କରାଯାଇଥିବା ସର୍ଭେରେ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଥିବା ନବୀନ ପଟ୍ଟନାୟକଙ୍କ ଟ୍ୱିଟରରେ ଫଲୋୟର୍ସ ସଂଖ୍ୟା ୩୦ ଲକ୍ଷରେ ପହଂଚିଛି | ନବୀନଙ୍କ ଅଧିକାରିକ ଟ୍ୱିଟରକୁ ୩ ମିଲିୟନ ବା ପ୍ରାୟ ୩୦ ଲକ୍ଷ ଲୋକ ଫଲୋ କରୁଥିବାର ଜଣାପଡିଛି | ଆଉ ୩ ମିଲିୟନ ଫଲୋୟର୍ସ ପହଂଚିବା ପରେ ନବୀନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଟ୍ୱିଟର ଭଳି ଏକ ଡିଜିଟାଲ ଯାତ୍ରାରେ ସମସ୍ତଙ୍କ ସ୍ନେହ ଓ ଭଲ ପାଇବା ମିଳିଥିବାରୁ ସେ କୃତଜ୍ଞ ବୋଲି ନବୀନ ଲେଖିଛନ୍ତି |

ସମ୍ବନ୍ଧିତ ଖବର