ଭଦ୍ରକ: ଭଦ୍ରକର ନାଳିଆ ନଦୀରେ ବୁଡ଼ି ୩ ନାବାଳକଙ୍କ ପ୍ରାଣହାନି ଘଟିଥିବାର ସୂଚନା ମିଳିଛି। ୩ ମୃତକଙ୍କ ମୃତଶରୀର ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ି ରହିଛି। ଏହି ୩ ନାବାଳକ ହେଲେ ହରିହରପୁରର ପ୍ରଣୟ ଲେଙ୍କା(୧୭), ଶ୍ରୀଧରପୁରର ସ୍ମୃତିରଂଜନ ସ୍ବାଇଁ (୧୭) ଓ ରଜତ ଜେନା(୧୬)। ଏମାନେ ସମସ୍ତେ ଚରମ୍ପା ମହାବିଦ୍ୟାଳୟର ଛାତ୍ର ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ସେମାନେ ପାଣିରେ ପହଁରା ଶିଖିବା ଉଦ୍ଦେଶ୍ୟରେ ନଦୀରେ ପଶିଥିଲେ। ହେଲେ ପହଁରା ଜାଣି ନଥିବା ହେତୁ ବୁଡ଼ିଯାଇଥିଲେ।
ଏହି ଦୁଃଖଦ ଖବର ପ୍ରଚାରିତ ହେବା ମାତ୍ରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ସମେତ ବହୁ ରାଜନେତା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି। ସେଠାରେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି।ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ୫ଜଣ ସାଙ୍ଗ ଆଜି ସକାଳେ ସାଳନ୍ଦୀର ଶାଖା ନାଳିଆ ନଦୀରେ ପହଁରା ଶିଖିବାକୁ ଯାଇଥିଲେ। ହେଲେ ସେଠାରେ ସେମାନଙ୍କ ଭିତରୁ ୩ଜଣ ପାଣିରେ ବୁଡ଼ିଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/f06c6c2f-1096-421b-8a29-d2d30fb48215.jpg)