ଝାରସୁଗୁଡ଼ା: ଗତକାଲି ସକାଳେ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ପୁରୁଣାବସ୍ତି ଅଞ୍ଚଳରୁ ନିଖୋଜ ହୋଇଯାଇଥିବା ୩ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଆଜି ସକାଳେ ସାଦା ପୋଷାକରେ ଥିବା ପୁଲିସ ସେମାନଙ୍କୁ ବୁଲୁଥିବାର ଦେଖି ଧରିଥିଲେ। ସେମାନଙ୍କୁ ଉଦ୍ଧାର କରିବା ପରେ ଝାରସୁଗୁଡ଼ା ଥାନାରେ ପଚରାଉଚରା କରାଯାଉଥିବା ଜଣାଯାଇଛି। ନାବାଳିକାମାନଙ୍କର ପିତାମାତାଙ୍କ ଉପସ୍ଥିତିରେ ପୁଲିସ ପଚରାଉଚରା କରୁଛି।
କେଉଁ ପରିସ୍ଥିତିରେ ସେମାନେ ନିଖୋଜ ହେଲେ ସେ ନେଇ ପୁଲିସର ଖୋଳତାଡ଼ ଜାରି ରହିଥିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତକାଲି ସକାଳେ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ପୁରୁଣାବସ୍ତି ଅଞ୍ଚଳରୁ ତିନି ନାବାଳିକା ଆଶ୍ଚର୍ଯ୍ୟଜନକ ଭାବରେ ନିଖୋଜ ହେବା ଘଟଣା ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ନାବାଳିକାମାନଙ୍କୁ ଅପହରଣ କରାଯାଇଛି ନା ସେମାନେ କୁଆଡ଼େ ପଳାଇ ଯାଇଛନ୍ତି ତାର କୌଣସି ସୂଚନା ପୁଲିସକୁ ମିଳୁ ନ ଥିଲା। ଗତକାଲି ସକାଳେ ଏହି ୩ ଜଣ ନାବାଳିକା ସ୍କୁଲକୁ ଯାଇ ଆଉ ଘରକୁ ଫେରି ନ ଥିବା ତାଙ୍କ ଅଭିଭାବକ ଥାନାରେ ଅଭିଯୋଗ କରିଥିବା ଆଇଆଇସି ସାବିତ୍ରୀ ବଳ ସୂଚନା ଦେଇଥିଲେ।
/sambad/media/post_attachments/wp-content/uploads/2020/02/Missing-1.jpeg)
ନିଖୋଜ ବାଳିକାଙ୍କ ମଧ୍ୟରୁ ଦୁଇଜଣ ଦୁଇଭଉଣୀ ହୋଇଥିବା ବେଳେ ଆଉ ଜଣେ ତାଙ୍କ ସାଙ୍ଗ ବୋଲି ପୁଲିସ କହିଥିଲା। ପୁରୁଣାବସ୍ତିର ଗାୟତ୍ରୀ ବିହାରରେ ରହୁଥିବା କୈଳାସ ଦାସଙ୍କ ଦୁଇ ଝିଅ ଗୀତା ଦାସ(୧୩) ଓ ରଶ୍ମିତା ଦାସ(୧୨) ଏବଂ ଅନ୍ୟ ଜଣେ ଭଗବାନ ଛଚାନଙ୍କ ଝିଅ ବନିତା ଛଚାନ(୧୨) ବୋଲି ପୁଲିସ କହିଥିଲା। ଏହି ନାବାଳିକାମାନଙ୍କର ସୂଚନା ପାଇଲେ ତୁରନ୍ତ ଥାନାକୁ ଜଣାଇବାକୁ ପୁଲିସ ଅନୁରୋଧ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Three-Minor-Girls-Found_Thumbnail_2.jpg)