କୋଭିଡ୍ ହସ୍ପିଟାଲ୍‌ରେ ଆଉ ୩ ମୃତ

ସମ୍ବଲପୁର : ଭିମ୍‌ସାର୍ କୋଭିଡ୍ ହସ୍ପିଟାଲରେ ଶୁକ୍ରବାର ଚିକିତ୍ସାଧୀନ ଥିବା ୩ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ବରଗଡ଼ର ଜଣେ ୩୫ ବର୍ଷୀୟ ପୁରଷ ଓ ଜଣେ ୫୦ ବର୍ଷୀୟା ମହିଳା ରହିଥିବା ବେଳେ ଝାରସୁଗୁଡ଼ାର ଜଣେ ୫୩ ବର୍ଷୀୟା ମହିଳା ରହିଛନ୍ତି। କୋଭିଡ୍‌ ହସ୍ପିଟାଲ ହେବା ପରଠାରୁ ମୃତ୍ୟୁସଂଖ୍ୟା ୧୩୦ ଅତିକ୍ରମ କରିସାରିଲାଣି।

ସମ୍ବନ୍ଧିତ ଖବର