ମାଲକାନଗିରି : ପୁଲିସକୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଆସିଥିବା ୩ଜଣ ନକ୍ସଲଙ୍କୁ ପଡୋଶୀ ଛତିଶଗଡର କୋଣ୍ଡାଗାଓଁ ପୁଲିସ ଧରିବାରେ ସଫଳ ହୋଇଛି। ଏହି ଜିଲ୍ଲାର ନବାଗାଓଁ ନିକଟରେ ନିର୍ମାଣଧୀନ ରାସ୍ତାକୁ ସୁରକ୍ଷା ଦେବା ପାଇଁ ଆସିଥିବା ଆଟିବିପି ୪୧ବାଟାଲିୟନ ଯବାନଙ୍କ ଉପରେ ଆକ୍ରମଣ କରିବାକୁ ନକ୍ସଲମାନେ ଆସିଥିଲେ। ତେବେ ସେମାନେ ଆକ୍ରମଣ କରିବା ପୂର୍ବରୁ ଯବାନମାନେ ସୂଚନା ପାଇ ରାଣାପାଲ ଏବଂ ନାବାଗାଓଁ ମଧ୍ୟରେ ରହିଥିବା ଜଂଗଲରେ ଗୋଡାଇ ଗୋଡାଇ ଧରିଥିଲେ। ଗିରଫ ହୋଇଥିବା ନକ୍ସଲମାନେ ହେଲେ ଲକ୍ଷ୍ମୀନାଥ କୋର୍ରାମ ଓରଫ ରମେଶ(୨୮), ରୁକଧର କୋର୍ରାମ(୧୯) ଏବଂ ଜେତରାମ କୋର୍ରାମ(୨୧)। ଏମାନଙ୍କୁ ଧରି ପଚରାଉଚରା କରାଯାଇଥିବା ବେଳେ ନକ୍ସଲ ସାହିତ୍ୟ ପତ୍ରିକା, ୧୦ କିଲୋ ଓଜନର ବୋମା, ଗୋଟିଏ ବଣ୍ଡଲ ତାର, ବ୍ୟାଟେରି ଇତ୍ୟାଦି ଜବତ କରାଯାଇଛି। ପଚରା ଉଚୁରା ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।
୩ ନକ୍ସଲ ଗିରଫ
/sambad/media/post_attachments/wp-content/uploads/2018/01/naxal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)