ମାଲକାନଗିରି : ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଉଭୟପଟୁ ଗୁଳି ବିନିମୟ ହୋଇ ୩ନକ୍ସଲ ନିହତ ହୋଇଛନ୍ତି। ସେହିପରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ପୁଲିସ ସ୍ପଷ୍ଟ କରିଛି। ସୂଚନା ଅନୁଯାୟୀ, ମିରତୁର ଥାନା ଅଂଚଳର ମର୍ଦାପାଲ ଓ ବେଚପାଲ ମଧ୍ୟରେ ରହିଥିବା ଜଂଗଲରେ ପ୍ଲାଟୁନ ନମ୍ବର-୧୩ କମାଣ୍ଡର ଚନ୍ଦ୍ରନା ସମେତ ବହୁ ନକ୍ସଲ କ୍ୟାମ୍ପ କରି ରହିଥିବା ସୂଚନା ପୁଲିସ ପାଇଥିଲା। ଏହାପରେ ଗୋଟିଏ ଦଳ ଏହି ଅଞ୍ଚଳକୁ ଅପରେସନରେ ବାହାରିଥିଲା। ଜଙ୍ଗଲରେ ପୁଲିସକୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ପୁଲିସ ମଧ୍ୟ ନିଜକୁ ସୁରକ୍ଷିତ ରଖି ପାଲଟା ଗୁଳି ଚଳାଇଥିଲା। ଅଧ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଦୁଇପଟୁ ଗୁଳି ବିନିମୟ ଘଟିଥିଲା। ପରେ ନକ୍ସଲ ଘଂଚ ଜଂଗଲରେ ଖସିଯିବାରେ ସଫଳ ହୋଇଥିଲେ। ତେବେ ପୁଲିସ ଘଟଣା ସ୍ଥଳେର ଯାଞ୍ଚ କରୁଥିବା ବେଳେ ୩ ଜଣ ମାଓବାଦୀଙ୍କ ଶବ ଉଦ୍ଧାର କରିବା ସହ ବନ୍ଧୁକ ଏବଂ ଅନ୍ୟାନ୍ୟ ଦୈନନ୍ଦିନ ସାମଗ୍ରୀ ଜବତ କରିଥିବା କହିଛି। ମୃତ ନକ୍ସଲଙ୍କ ଚିହ୍ନଟ ହୋଇସାରିଛି। ସେମାନେ ହେଲେ ଜନତାନା ସରକାର ଅଧ୍ୟକ୍ଷ ବେଚପାଲ ଏବଂ ଅନ୍ୟ ଦୁଇ ଜଣ ହେଲେ ମିଲିସିଆ କମାଣ୍ଡର।
୩ ନକ୍ସଲ ନିହତ, ସାମଗ୍ରୀ ଜବତ
/sambad/media/post_attachments/wp-content/uploads/2018/10/Mkg-Encounter-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)