ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ ,୧୨୨ ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଧୀରେ ଧୀରେ କରୋନା ସଂକ୍ରମଣ ବ୍ୟାପୁଥିବାର ଜଣାପଡିଛି | ଆଜି ରାଜ୍ୟରେ ଆଉ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ତିନି ଜଣ ପଜିଟିଭ ଝାରସୁଗୁଡା ,ଦେବଗଡ ଓ କେନ୍ଦୁଝରର ବୋଲି ଜଣାପଡିଛି | ଏହି ତିନି ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଂଚିଥିବାବେଳେ ୩୮ ଜଣ ସୁସ୍ଥ ହୋଇଛନ୍ତି |

ଆଜି ସକାଳେ ଭୁବନେଶ୍ୱରର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | ୧୧୯ ନଂ ଆକ୍ରାନ୍ତ ବ୍ୟକ୍ତି ଜଣକ ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳର ବୋଲି ସୂଚନା ମିଳିଥିଲା । ଏହି ବ୍ୟକ୍ତିଙ୍କର ବୟସ ୭୭ ବର୍ଷ । ସେ ୪୧ ନଂ ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ବୋଲି ଜଣାପଡ଼ିଥିଲା |

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ କରୋନା ୧୪ଟି ଜିଲ୍ଲାକୁ ବ୍ୟାପିଥିବାବେଳେ ୮୩ ଜଣ କରୋନା ରୋଗୀ ବର୍ତ୍ତମାନ ସକ୍ରିୟ ଅଛନ୍ତି | ତେବେ ଏହି ତିନି ନୂଆ ସଂକ୍ରମିତଙ୍କର ଟ୍ରାଭେଲ ହିଷ୍ଟ୍ରି କଣ ରହିଛି , ସେ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ସେନେଇ କୌଣସି ବି ତଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।

ସମ୍ବନ୍ଧିତ ଖବର