ପୂର୍ବତଟ ରେଳପଥର ନୂତନ ଅଧିକାରୀଙ୍କ ଯୋଗଦାନ

ଭୁବ‌ନେଶ୍ବର : ଭାରତୀୟ ରେଳପଥର ୩ ଜଣ ଉଚ୍ଚ ଅଧିକାରୀ ପୂର୍ବତଟ ରେଳପଥର ବିଭିନ୍ନ ବିଭାଗରେ ପ୍ରମୁଖ ବିଭାଗୀୟ ଅଧିକାରୀ ଭାବେ ଯୋଗଦାନ କରିଛନ୍ତି। ୧୯୮୭ ବ୍ୟାଚ୍‌ ଭାରତୀୟ ରେଳପଥ ଆକାଉଣ୍ଟସ୍‌ ସେବା ଅଧିକାରୀ ରବି ଶଙ୍କର ମିତ୍ର ପୂର୍ବତଟ ରେଳପଥର ପ୍ରମୁଖ ଅର୍ଥ ପରାମର୍ଶଦାତା ତଥା ମୁଖ୍ୟ ଲେଖା ଅଧିକାରୀ ଭାବେ ଯୋଗଦାନ କରିଛନ୍ତି। ସେହିପରି ୧୯୮୫ ବ୍ୟାଚ ଭାରତୀୟ ରେଳବାଇ ଇଞ୍ଜିନିୟରର୍ସ ସେବା ଅଧିକାରୀ ନରୋତ୍ତମ ସିଂ ଉଇକେ ପ୍ରମୁଖ ଯନ୍ତ୍ରୀ ଭାବେ ଓ ୧୯୮୬ ବ୍ୟାଚ୍‌ ଭାରତୀୟ ରେଳବାଇ ଇଲେକ୍ଟ୍ରିକାଲ ଇଞ୍ଜିନିୟରର୍ସ ସେବା ଅଧିକାରୀ ବାସୁଦେବ ପଣ୍ଡା ରେଳପଥର ପ୍ରମୁଖ ବୈଦ୍ୟୁତିକ ଯନ୍ତ୍ରୀ ଭାବେ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର