ଆଉ ତିନିଟି ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ଖୋଲିବ

ଭୁବନେଶ୍ୱର : ରାଜ୍ୟରେ ଆଉ ତିନିଟି ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ହୋଇଛି। ବଲାଙ୍ଗୀର, କୋରାପୁଟ, ଗଜପତିରେ ତିନିଟି ଆଞ୍ଚଳିକ କାର୍ଯ୍ୟାଳୟ ଖୋଲାଯିବ। ଏଠାରେ ଜଣେ ପରିବେଶ ଇଞ୍ଜିନିୟର ଏବଂ ପରିବେଶ ବିଜ୍ଞାନୀଙ୍କୁ ଆଞ୍ଚଳିକ ଅଧିକାରୀ ଭାବେ ନିଯୁକ୍ତି ଦିଆଯିବ। ଏବେ ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୧୨ଟି ଆଞ୍ଚଳିକ କାର୍ଯ୍ୟାଳୟ ଥିବାବେଳେ ଏହି ତିନିଟି ଜିଲ୍ଲାରେ ନୂଆ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ହୋଇଛି। ନୂଆ ତିନିଟି କାର୍ଯ୍ୟାଳୟକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି ଦିଆଯିବ। ଏଥିରେ ଦୁଇ ଜଣ ସହକାରୀ ପରିବେଶ ଇଞ୍ଜିନିୟର, ଦୁଇ ଜଣ ପରିବେଶ ବିଜ୍ଞାନୀ (ଜଣେ ଲାବୋରେଟୋରି ପାଇଁ), ଜଣେ ସିନିଅର ଆସିଷ୍ଟାଣ୍ଟ, ଜଣେ ଜୁନିଅର ଆସିଷ୍ଟାଣ୍ଟ, ଜଣେ ଲ୍ୟାବ୍‌ ଆସିଷ୍ଟାଣ୍ଟ, ଜଣେ ଡିିଇଓ, ଜଣେ ଲ୍ୟାବ୍‌ ଆଟେଣ୍ଡାଣ୍ଟ, ଜଣେ ଜଗୁଆଳି/ଝାଡ଼ୁଦାର ନିଯୁକ୍ତି ଦିଆଯିବ।

ସମ୍ବନ୍ଧିତ ଖବର