ତିନି ଓଏଏସ୍‌ଙ୍କୁ ବଦଳି, ଜଣଙ୍କର ବାତିଲ

ଭୁବନେଶ୍ବର : ତିନିଜଣ ଓଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଥିବା ବେଳେ ଜଣଙ୍କର ବଦଳି ଆଦେଶକୁ ବାତିଲ କରାଯାଇଛି। ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ବିଭାଗ। ଏହି ବିଜ୍ଞପ୍ତି ଅନୁଯାୟୀ କନିସି ତହସିଲଦାର ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଚିଲିକାର ତହସିଲଦାର ଭାବେ ବଦଳି କରାଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଫିସର ଉଇଦାଉଟ୍‌ ଡ୍ୟୁଟି(ଓଏସ୍‌ଡି) ଆଶୁତୋଷ ସାମଲ ଭଦ୍ରକର ଉପ ଜିଲ୍ଲାପାଳ ଭାବେ ଓ ଖୋର୍ଧା ଟାଙ୍ଗୀ ତହସିଲଦାର ଆଶିଷ କୁମାର ଜେନା ପିପଲିର ତହସିଲଦାର ଭାବେ ବଦଳି ହୋଇଛନ୍ତି। ସୁମିତ୍ରା ସିଂହଙ୍କୁ ବରଗଡ଼ ଭଟ୍‌ଲିର ତହସିଲଦାର ଭାବେ ବଦଳି କରାଯାଇଥିଲା। ଏହି ଆଦେଶକୁ ବାତିଲ କରାଯାଇଛି।

ସମ୍ବନ୍ଧିତ ଖବର