ହାଇଦ୍ରାବାଦରେ ୩ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଚାନ୍ଦବାଲି : ହାଇଦ୍ରାବାଦରେ ମାଟି ଅତଡ଼ା ଖସିବାରୁ ୩ ଜଣ ଓଡ଼ିଆ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ୨ ଭାଇ। ଦାଦନ ଖଟିବା ପାଇଁ ଏମାନେ ଯାଇଥିଲାବେଳେ ଏହିଭଳି ଏକ ଦୁଃଖଦ ଘଟଣାର ସାମ୍‌ନା କରିଛନ୍ତି। ମୃତକମାନେ ହେଲେ, ଚାନ୍ଦବାଲି ବ୍ଳକ ଓରାସାହି ପଂଚାୟତ ବାଘନଟା ଗାଁର ସହଦେବ ମହାଳିକଙ୍କ ଦୁଇ ପୁଅ ବିକାଶ(୧୮) ଓ ପ୍ରକାଶ (୧୭)। ଅନ୍ୟ ଜଣେ ଯାଜପୁର ଜିଲ୍ଲାର କ୍ଷେତ୍ରବାସୀ ସାହୁଙ୍କ ପୁଅ ମାନସ ସାହୁ ବୋଲି ଜଣାପଡ଼ିଛି। ଏମାନେ ହାଇଦ୍ରାବାଦର ପଠାନଚେରୁଠାରେ ପାଇପ୍‌ଲାଇନ୍‌ ବିଛାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ୬ ଫୁଟ୍‌ ଗଭୀରରେ ପାଇପ ଲାଇନ ବିଛାଇବା ବେଳେ ସେମାନଙ୍କ ଉପରେ ଅଚାନକ ମାଟି ଅତଡ଼ା ଧସି ପଡ଼ିଲା। ଗତ ୭ ତାରିଖ ଦିନ ଏହି ଘଟଣା ଘଟିଥିବାବେଳେ ଆଜି ସେମାନଙ୍କ ଶବ ଗାଁରେ ପହଞ୍ଚଛି। ସମସ୍ତେ ହେଉଛନ୍ତି ଗରିବ ପରିବାରର। ଓଳିଏ ଖାଇଲେ ଓଳିଏ ଉପାସ। ସେମାନଙ୍କ ମୃତ୍ୟୁରେ ପରିବାର ଓ ଗାଁରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର