ଭୁବନେଶ୍ୱର : କମାଲ କଲେ ୩ ଓଡ଼ିଆ ଶିଶୁ ମଡେଲ। ପୁଣି ଥରେ ବିଶ୍ୱ ଦରବାରରେ ଗୌରାବାନ୍ୱିତ ହେଲା ଓଡ଼ିଶା । ବିଦେଶରେ ଦେଖିବାକୁ ମିଳିଛି ଓଡ଼ିଆ ଶିଶୁ ମଡ଼େଲଙ୍କ ଜଲୱା । ସାଉଥ ଆଫ୍ରିକାରେ ଚାଲିଥିବା ଗ୍ରାଣ୍ଡ ମିକ୍ସ ଲିଟିଲ ମଡେଲ ଆର୍ଥ ପ୍ରତିଯୋଗିତାରେ ଅନ୍ୟ ଦେଶର ପ୍ରତିଦ୍ୱନ୍ଦୀଙ୍କୁ ହରାଇ ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି ଓଡ଼ିଶାର ୩ ଶିଶୁ ।
/sambad/media/post_attachments/wp-content/uploads/2018/12/mod2a-300x193.jpg)
ସାଉଥ ଆଫ୍ରିକାରେ କମାଲ କଲେ ଓଡ଼ିଶାର ୩ ଶିଶୁ ମଡେଲ୍। ସାଉଥ ଆଫ୍ରିକାରେ ଗ୍ରାଣ୍ଡ ମିକ୍ସ ଲିଟିଲ ମଡେଲ ଆର୍ଥ ପ୍ରତିଯୋଗିତାରେ ଇଣ୍ଡିଆରୁ ଓଡିଶାର ତିନି ପ୍ରତିଯୋଗୀ ପ୍ରତିନିଧିତ୍ୱ କରୁଥିଲେ । ମିନି ଲିଟଲ ମଡେଲ କାଟାଗୋରିରେ ଅନସୁଲା ଆଦିତ୍ୟ ପାତ୍ର, ବଏଜ ତିଟିଲ ମଡେଲରେ ସିଭମ ଇପାରୀ ଓ ତିଟିଲ ଗ୍ୟାଲ କାଟାଗୋରୀରେ ନିମିସା ଲାଡିଆ ପ୍ରଥମ ସ୍ଥାନ ପାଇଛନ୍ତି । ଏହି ପ୍ରତିଯୋଗୀତାରେ ୧୮ଟି ଦେଶର ମଡେଲରମାନେ ଭାଗ ନେଇଥିଲେ। ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ତିନିଜଣ ଓଡିଶା ମଡେଲ କମାଲ କରି ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି । ଫଳରେ ପୁଣିଥରେ ବିଦେଶରେ ଦେଖିବାକୁ ମିଳିଛି ଓଡ଼ିଆ ଶିଶୁ ମଡ଼େଲଙ୍କ ଜଲୱା ।
/sambad/media/post_attachments/wp-content/uploads/2018/12/mod2-300x182.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/mod.jpg)