ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ତିନି ପ୍ରମୁଖ ଦଳ ପଦଯାତ୍ରା କରିବେ। ବିଜେଡି ଜନସମ୍ପର୍କ ପଦଯାତ୍ରା, ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରା ଓ କଂଗ୍ରେସର ଅହିଂସା ପଦଯାତ୍ରା ଅନୁଷ୍ଠିତ ହେବ। ଏଥି ପାଇଁ ତିନି ଦଳ ଆବଶ୍ୟକ ପ୍ରସ୍ତୁତି ଶେଷ କରିଛନ୍ତି। ପ୍ରତି ବର୍ଷ ପରି ଏଥର ବିଜେଡିର ଜନସମ୍ପର୍କ ପଦଯାତ୍ରା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ। ଏହା ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନମଣ୍ଡଳୀର କାର୍‌ଗିଲ୍‌ ରୋଡ୍‌ରୁ ପଦଯାତ୍ରାର ଶୁଭାରମ୍ଭ କରିବେ। ଏହା ପରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଦିନରେ ପଦଯାତ୍ରା ଆ‌େୟାଜନ କରାଯାଇ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଦଳ ଯୋଜନା କରିଛି।

Advertisment

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ବିଜେପି ପକ୍ଷରୁ ଦେଶବ୍ୟାପୀ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଆରମ୍ଭ କରାଯାଉଛି। ଏହି କ୍ରମେ ରାଜ୍ୟର ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ୧୫ ଦିନ ଧରି ପଦଯାତ୍ରା ଆ‌ୟୋଜନ କରାଯିବ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି କଟକ ଜିଲ୍ଲା ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀ ସ୍ମୃତି ପୀଠରୁ ପୂର୍ବାହ୍ନ‌େର ପଦଯାତ୍ରା ଆରମ୍ଭ କରିବେ। ଏହା ସହ ପ୍ରତି ଜିଲ୍ଲାରେ ପଦଯାତ୍ରା ଆରମ୍ଭ କରିବା ପାଇଁ ବରିଷ୍ଠ ନେତାମାନଙ୍କୁ ଦାୟିତ୍ବ ଦିଆଯାଇଛି। ପଦଯାତ୍ରା ଅବସରରେ ଗାନ୍ଧୀଜୀଙ୍କ ବାର୍ତ୍ତା ସ୍ବଦେଶୀ, ସ୍ବଚ୍ଛତା, ସ୍ବରାଜ, ସ୍ବାବଲମ୍ବୀ, ସରଳ ଜୀବନ ଯାପନ, ଜଳ ସଂରକ୍ଷଣ, ନିଶା ନିବାରଣ ଆଦି ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। କଂଗ୍ରେସ ପକ୍ଷରୁ ଅହିଂସା ପଦଯାତ୍ରା ରାଜଧାନୀରେ ଅନୁଷ୍ଠିତ ହେବ। ନାଲ୍‌କୋ ଛକସ୍ଥିତ ମହାତ୍ମା ଗାନ୍ଧୀ ପାର୍କରୁ ପଦଯାତ୍ରା ଆରମ୍ଭ ‌େହାଇ କଂଗ୍ରେସ ଭବନ ଯାଏ ଚାଲିବ। ସେଠାରେ ଏକ ସଭା ଆୟୋଜନ କରାଯିବ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥିରେ ଯୋଗ ଦେବେ। ଆ‌ସନ୍ତାକାଲି ଠାରୁ କଂଗ୍ରେସର ୩୩ ସାଂଗଠନିକ ଜିଲ୍ଲାର ୩୩ ଜଣ ପ୍ରେରକ ତୃଣମୂଳ ସ୍ତରରେ କଂଗ୍ରେସ କର୍ମୀମାନଙ୍କୁ ଏକାଠି କରିବା ସହିତ କେନ୍ଦ୍ରର ମୋଦୀ ସରକାର ଓ ରାଜ୍ୟର ବିଜେଡି ସରକାରଙ୍କ ଅପାରଗତା ନେଇ ଲୋକଙ୍କୁ ସଚେତନ କରାଇବେ। ଏହି ପ୍ରେରକମାନଙ୍କୁ ଆଜି କଂଗ୍ରେସ ଭବନରେ ତାଲିମ୍ ଦିଆଯାଇଛି।