ଭୁବନେଶ୍ବର: ନେପାଳରେ ଫସିଛନ୍ତି ୩ ଓଡ଼ିଆ । ନେପାଳର କାଠମାଣ୍ଡୁରେ କୁହୁଳୁଥିବା ବିଦ୍ରୋହର ନିଆଁ ଏବଂ ହିଂସା ପାଇଁ ଉପୁଜିଥିବା ଉତ୍ତେଜନା ପରିସ୍ଥିତି ଭିତରେ ଫସିଯାଇଛନ୍ତି ଓଡିଶାର ୩ ଜଣ ଯୁବକ । ଭୁବନେଶ୍ବରର ୩ ଜଣ କାଠମାଣ୍ଡୁ ଯାଇଥିବା ବେଳେ ସେଠାରେ ଚାଲିଥିବା ଆନ୍ଦୋଳନରେ ସେମାନେ ଫସିଛନ୍ତି । ତେବେ କାଠମାଣ୍ଡୁରେ ହେବାକୁ ଥିବା ୪ର୍ଥ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ପାଇଁ ୩ ଜଣ ଯାଇଥିବା ବେଳେ ପରିସ୍ଥିତି ପ୍ରତିକୂଳ ଥିବାରୁ ଉକ୍ତ ସାହିତ୍ୟ ମହୋତ୍ସବକୁ ବାତିଲ କରାଯାଇଛି ।

Advertisment

New Project (1)

ତେବେ ସେପ୍ଟେମ୍ବର ୧୩ ଏବଂ ୧୪ ତାରିଖରେ ଏହି ସାହିତ୍ୟ ମହୋତ୍ସବ ହେବାକୁ ଥିବା ବେଳେ ଓଡିଶାର କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲର ନିର୍ଦ୍ଦେଶକ ରଶ୍ମିରଞ୍ଜନ ପରିଡ଼ା, ଦେବରାଜ ମହାନ୍ତି ଏବଂ ସୌମ୍ୟରଞ୍ଜନ ସାହୁ କାଠମାଣ୍ଡୁ ଅଭିମୁଖେଗସ୍ତ କରିଥିଲେ । ମାତ୍ର ସେଠାରେ ପରିସ୍ଥିତି ଗମ୍ଭୀର ହେବା ପରେ ସାହିତ୍ୟ ମହୋତ୍ସବକୁ ରଦ୍ଦ କରାଯାଇଛି । ଏନେଇ ସୋସିଆଲ ମିଡିଆରେ ସୂଚନା ଦିଆଯାଇଥିବା ବେଳେ ଏହି ମହୋତ୍ସବ କାଠମାଣ୍ଡୁରେ ଆଗାମୀ ବର୍ଷ ୨୦୨୬, ଫେବୃୟାରୀ ୧୪ ଏବଂ ୧୫ରେ ହେବାକୁ ସ୍ଥିର କରାଯାଇଥିବା କୁହାଯାଇଛି ।

545696614_1306005360883296_6667208454936877214_n

ସେପଟେ ମହୋତ୍ସବ ବାତିଲ ପରେ ଭାରତ ଫେରିବାକୁ ୩ ଓଡିଆ ଯୋଜନା କରୁଥିବା ବେଳେ କାଠମାଣ୍ଡୁ ବିମାନ ବନ୍ଦର ବନ୍ଦ ହେବା କାରଣରୁ ସେମାନେ ଏକ ହୋଟେଲରେ ରହିବାକୁ ବାଧ୍ଯ ହେଲେ । ତେବେ ସେମାନେ ରହୁଥିବା ହୋଟେଲଟି ସଂସଦ ଭବନ ଠାରୁ ମାତ୍ର ୭୦୦ ମିଟର ଦୂର ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନ ପାଖରେ ଥିଲା । ଯେଉଁ ସ୍ଥାନ ସବୁଠାରୁ ଉତ୍ତେଜନା ଏବଂ ହିଂସାର କେନ୍ଦ୍ରସ୍ଥଳ ପାଲଟିଥିଲା । ଯେଉଁଠି ନିଆଁ ହୁତୁହୁତୁ ହୋଇ ଜଳୁଥିଲା । ମାତ୍ର ସେମାନେ ଉକ୍ତ ହୋଟେଲରେ ସୁରକ୍ଷିତ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ପର୍ଯ୍ଯଟକଙ୍କୁ କୌଣସି କ୍ଷତି ପହଞ୍ଚା ଯାଇନି ଏବଂ ୩ ଓଡ଼ିଆ ଭାରତ ଫେରିବାକୁ ଭାରତୀୟ ଦୂତାବାସ ସହ ସମ୍ପର୍କରେ ରହିଛନ୍ତି । ତେବେ ଆଜି କାଠମାଣ୍ଡୁ ବିମାନବନ୍ଦର ଖୋଲିବା ହେବା ପରେ ସେମାନଙ୍କର ଭାରତ ଫେରିବା ଆଶା ବଢିଥିବା ଜାତୀୟ ଗଣମାଧ୍ଯମକୁ ରଶ୍ମିରଞ୍ଜନ ସୂଚନା ଦେଇଛନ୍ତି ।