ଲକ୍ଷ୍ମୀପ୍ରସାଦ: ବୌଦ୍ଧ ରେଞ୍ଜ ବଘିଆପଡା ସେକ୍ସନ ଗୌଡ଼ଦେଇ ଜଙ୍ଗଲରେ ବାର୍‌ହା ଶିକାର ଉଦ୍ୟମ ବେଳେ ୩ ଜଣ ଶିକାରୀ ସହ ଶିକାର ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଗତକାଲି ବିଳମ୍ବିତ ରାତିରେ ବଘିଆପଡା ବନ ବିଭାଗ ପେଟ୍ରୋଲିଂ କରୁଥିବା ବେଳେ ଗୌଡ଼ଦେଇ ଜଙ୍ଗଲ ମଧ୍ୟରେ ୩ଜଣ ଯୁବକଙ୍କୁ ସନ୍ଦେହରେ ଅଟକାଇ ପଚାରଉଚୁରା କରିବାରୁ ତାଙ୍କ ପାଖରୁ ବାର୍‌ହା ଶିକାର ପାଇଁ ବ୍ୟବହୃତ ବିଦ୍ୟୁତ ତାର, ବାଉଁଶ, କାଚ ବୋତଲ ପାଇଥିଲେ। ୧୧କେଭି ବିଦ୍ୟୁତ ତାରରୁ ବିଦ୍ୟୁତ ଚୋରି କରି ଜଙ୍ଗଲ ମଧ୍ୟରେ ବିଛାଇ ବାର୍‌ହା ଶିକାର କରୁଥିବା ମାନିଥିଲେ।

Advertisment

ବନବିଭାଗ ୩ଜଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ୩ଜଣ ହେଲେ ହରଭଂଙ୍ଗ। ବ୍ଲକ ବମଣ୍ଡା ପଞ୍ଚ।ୟତର ନୂଆଗଡ଼ ଗ୍ରାମର ସୀତାରାମ ପ୍ରଧାନ, ପର୍ଶୁରାମ ପ୍ରଧାନ ଓ ସମ୍ବଲପୁର ଜିଲ୍ଲାର କଦଳିଗଡ଼ ଗ୍ରାମର ବୈରାଗି ମହାକୁଡ଼। ଏହି ଚଢ଼ଉରେ ଫରେଷ୍ଟର ମ.ରାଓ, ସ୍ୱାଧୀନ ସାମଲ, ବନ ରଖି ଶରତ ନାୟକ, ନିଲୁ ପାଣିଗ୍ରାହୀ ପ୍ରମୁଖ ସାମିଲ ଥିଲେ।